ଅଟୋ ଏକ୍ସପୋ୨୦୨୦: ଜିଓର କନେକ୍ଟଡ଼୍ ଭେଇକିଲ୍
ଭୁବନେଶ୍ୱର: ଗ୍ରେଟର ନୋଏଡା ଠାରେ ଆୟୋଜିତ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ରିଲାଏନ୍ସ ଜିଓ ପକ୍ଷରୁ ଆଗାମୀ ପିଢ଼ିର କନେକ୍ଟେଟ ଯାନବାହନ ବ୍ୟବସ୍ଥା ପ୍ରଦର୍ଶିତ କରାଯାଇଛି । ଯାନବାହନ ଶିଳ୍ପର ସଂପ୍ରତି ପ୍ରଯୁକ୍ତି ଓ ସଂଯୋଗ (କନେକ୍ଟିଭିଟି)ର ନୂତନ ଯୁଗରେ ଦ୍ରୁତ ଗତିରେ ପ୍ରବେଶ କରିଛି ଯେଉଁଠାରେ ଗ୍ରାହକମାନେ କେବଳ ଉତ୍କୃଷ୍ଟ ମେସିନ ନୁହେଁ ବରଂ ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ) ଓ ଟେଲିମେଟିକ୍ସ ଭଳି ପ୍ରଯୁକ୍ତି ଦ୍ୱାରା ପ୍ରଭାବିତ ହେଉଛନ୍ତି। ଯାନବାହନ ଶିଳ୍ପ ସମେତ ସମଗ୍ର ଶିଳ୍ପ କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ଗ୍ରହଣୀୟତା ବଢ଼ାଉଥିବା ଜିଓ ଗ୍ରାହକମାନଙ୍କ ଅନୁଭୂତିକୁ ରୁଦ୍ଧିମନ୍ତ କରିବା ଲାଗି ନୂତନ ପ୍ରଯୁକ୍ତି ଉପରେ କାର୍ଯ୍ୟ କରଆସୁଛି ।
ସମସ୍ତ ଟଚ୍ପଏଂଟରେ ଗ୍ରାହକ ଅନୁଭୂତିକୁ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରୁଥିବା ଜିଓ ଅଟୋ ଏକ୍ସପୋ ୨୦୨୦ରେ ଭବିଷ୍ୟତର କନେକ୍ଟେଡ ଯାନବାହନରେ ବ୍ୟବହାର ହେବାକୁ ଥିବା କନେକ୍ଟିଭିଟି, ନେଟୱର୍କ ଏବଂ ଏଥି ସଂପର୍କିତ ପ୍ରଯୁକ୍ତିର ବ୍ୟାବହାରିକ ଉଦାହରଣ ପ୍ରଦର୍ଶିତ କରିଛି । କନେକ୍ଟିଟିଭି (ସଂଯୋଗ), ଡିଭାଇସ ମ୍ୟାନେଜମେଂଟ (ଉପକରଣ ପରିଚାଳନା), ପ୍ରାୟୋଗ ଏବଂ ଆନାଲିଟିକ୍ସ ଆଦି ସହିତ ଯାନବାହନକୁ କନେକ୍ଟେଡ ଯାନବାହନରେ ପରିଣତ କରିବା ଲାଗି ଏହି ସବୁ ବ୍ୟବସ୍ଥାଗୁଡ଼ିକୁ ବ୍ୟବହାର କରାଯିବ ।
ଅଟୋ ଏକ୍ସପୋ ୨୦୨୦ରେ ଜିଓର ଫ୍ୟୁଚର ରେଡି ଡିଜିଟାଲ ଏକ୍ସପ୍ରେସୱେ ମଧ୍ୟରେ ଅଟୋମୋଟିଭ୍ କନେକ୍ଟିଭିଟି ସମାଧାନ ସମୂହ, ସାର୍ଟିଫାଏଡ ଡିଭାଇସ ଓ ହାର୍ଡଓୟାର, ସମନ୍ୱିତ କ୍ଲାଉଡ ଓ ସେବା ପ୍ଲାଟଫର୍ମ ଏବଂ ଭାରତ ବ୍ୟାପୀ ସେବା ଓ ସହାୟତା ନେଟୱର୍କକୁ ଉପସ୍ଥାପନ କରାଯାଇଛି । ଯାନବାହନ ଶିଳ୍ପରେ ବ୍ୟବହାର ହେବାକୁ ଥିବା ଏହି ବ୍ୟବସ୍ଥାଗୁଡ଼ିକ ହେଉଛି ଏକ ସୁରକ୍ଷିତ ଓ ବିସ୍ତୃତ ଆଇଓଟି ସମାଧାନ ସୃଷ୍ଟି କରିବା ଲାଗି ଜିଓର ଦକ୍ଷତାର ପ୍ରଦର୍ଶନ ଯାହା ଶିଳ୍ପ କ୍ଷେତ୍ରରର ଡିଜିଟାଲ ପରିବର୍ତନକୁ ଆଗକୁ ବଢ଼ାଇବାରେ ସହାୟକ ହେବ । ଅଟୋ ଏକ୍ସପୋ ୨୦୨୦ରେ ଜିଓ ପକ୍ଷରୁ କନେକ୍ଟେଡ ଯାନବାହନ ବ୍ୟବସ୍ଥା ନେଇ ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ ବ୍ୟାବହାରିକ ଉଦାହରଣ ମଧ୍ୟରେ ରହିଛି ଅତ୍ୟାଧୁନିକ “ଡ୍ରାଇଭର ଆସିଷ୍ଟାଂଟ ସିଷ୍ଟମ’, ଯାହା ଦ୍ୱାରା ସମ୍ଭାବିତ ବିପଦ ଓ ସମସ୍ୟା ସମ୍ପର୍କରେ ଏହା ଚାଳକଙ୍କୁ ସୁଚିତ କରିପାରିବ । ଏଥି ସହିତ ପ୍ରଦର୍ଶିତ ହୋଇଥିବା “ଅନବୋର୍ଡ ଡାଇଗ୍ନୋଷ୍ଟିକ କାର କନେକ୍ଟ’ ଜରିଆରେ କାର୍କୁ ଏକ ୱାଇ ଫାଇ ଜୋନ୍ରେ ପରିବର୍ତିତ କରାଯାଇପାରିବ ଏବଂ କାର୍ର ବିଭିନ୍ନ ସେନ୍ସର୍ଗୁଡ଼ିକୁ ସଂଯୁକ୍ତ କରାଯାଇପାରିବ ଯାହା ଦ୍ୱାରା କାର୍ର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସଂପର୍କିତ ସୂଚନା ମୋବାଇଲ୍ରେ ଉପଲବ୍ଧ ହେବ ।