ଓଡ଼ିଶାରେ ହେବ ପ୍ରଥମ ଜୁଏଲାରୀ ଶୋ’

ଭୁବନେଶ୍ୱର (ଓଟି): ଭୁବନେଶ୍ୱରରେ ହେବ ଜୁଏଲାରୀ ଶୋ’। ଅର୍ଥାତ୍‌ ଭଳିକି ଭଳି ଅଳଙ୍କାର ପ୍ରଦର୍ଶନୀ ଦେଖିବାର ସୁଯୋଗ ପାଇବେ ଓଡ଼ିଶାବାସୀ। ଆସନ୍ତା ଏପ୍ରିଲ ୮ରୁ ୯ ଦୁଇଦିନିଆ ଏହି ପ୍ରଦର୍ଶନୀ ରାଜଧାନୀର ଏକ ପ୍ରମୁଖ ହୋଟେଲ୍‌ ପରିସରରେ ହେବା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ କେଏସି ସର୍ଭିସେସ୍ ଏବଂ ଓଡ଼ିଶା ଜୁଲଲାରୀ ଆସୋସିଏସନ(ଓଜେଏ)ର ମିଳିତ ଆନୁକୂଲ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କୁହାଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ଭାଗରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଓଜେଏ ସଭାପତି(କଟକ) ସଞ୍ଜୟ ସାହୁ, ସାଧାରଣ ସମ୍ପାଦକ ମହେଶ ବର୍ମା, ସହସମ୍ପାଦକ ହିତେଶ ସେଠ ଏବଂ ଯୁଗ୍ମ ସମ୍ପାଦକ ସତ୍ୟଜିତ୍ ମହାରଣାଙ୍କ ସମେତ କେଏସି ସର୍ଭିସେସ୍‌ର ସଦସ୍ୟ କ୍ରାନ୍ତି ନାଗଭେକରଙ୍କ ଉଦ୍ୟମ କରୁଛିନ୍ତି। ଏଭଳି ପ୍ରଦର୍ଶନୀ ଫଳରେ ଓଡ଼ିଶାର ଗ୍ରାହକ ଏବଂ ବ୍ୟବସାୟୀଙ୍କ ସମେତ ଅଳଙ୍କାର ନର୍ମାତାଙ୍କ ମଧ୍ୟରେ ନୂତନ ସଂଯୋଗ ସ୍ଥାପନ କରାଯାଇପାରିବ ବୋଲି ଶ୍ରୀ ନାଗଭେକର୍ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *