ମାର୍ଚ ଦରମା ଦେଇପାରିଲାନି ଜେଟ୍ ଏୟାରଓ୍ବେଜ୍
ଭୁବନେଶ୍ଵର, (ଓଟି): ପନ୍ଦର ହଜାର କୋଟି ଟଙ୍କା ଋଣରେ ବୁଡ଼ି ରହିଥିବା ଜେଟ୍ ଏୟାର୍ଓ୍ବେଜ୍ କର୍ମଚାରୀଙ୍କୁ ଦରମା ଦେବାରେ ଅକ୍ଷମ ପ୍ରକାଶ କରିଛି। ମାର୍ଚ ମାସର ଦରମା ଆହୁରି ବିଳମ୍ବ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଋଣ ଦାତାଙ୍କ ସହ ବୁଝାମଣାରେ ବିଳମ୍ବ ହେଉଥିବାରୁ ଏହି ପ୍ରକାର ଅସୁବିଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି।
କମ୍ପାନୀର ପିପ୍ୟୁଲସ୍ ଅଫିସର ରାହୁଲ ତନେଜା ଏକ ବାର୍ତ୍ତାରେ କହିଛନ୍ତି ଯେ, କମ୍ପାନୀର କାର୍ଯ୍ୟକର୍ତ୍ତାମାନେ ଏନେଇ ନିରନ୍ତର ଆଲୋଚନାରେ ଅଛନ୍ତି। ଏଣୁ ଏଥିଲାଗି ନିଶ୍ଚିତ ରହିବାକୁ ସେ କହିଛନ୍ତି।
ମାର୍ଚ ମାସର ଦରମା ଦେବାରେ ଅକ୍ଷମ ହେଲା ଜେଟ୍ ଏୟାର୍ଓ୍ବେଜ୍।