୧୮ରୁ ଜେଇଇ ମେନ୍, ଅଗଷ୍ଟରେ ଆଡ୍ଭାନ୍ସ ଜେଇଇ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା -୨୦୨୦ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ। ଏଥିଲାଗି କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ପରୀକ୍ଷା ତାରିଖ ବାବଦରେ କହି ସେ କହିଛନ୍ତି ଯେ, ୧୮ ତାରିଖଷର ପରୀକ୍ଷା ଆରମ୍ଭ ବେ। ୨୦, ୨୧, ୨୨ ଏବଂ ୨୩ରେ ଏହା ସାରା ଦେଶରେ ହେବ।
ସେହିପରି ଅଗଷ୍ଟରେ ହେବ ଆଡ୍ଭାନ୍ସ ପରୀକ୍ଷା। ଏହି ପରୀକ୍ଷାର ତାରିଖ ଏଯାଏ ଘୋଷଣା କରାଯାଇ ନାହିଁ ।ଆସନ୍ତା କିଛିଦିନ ଭିତରେ ଏହି ଘୋଷଣା ହେବା ସମ୍ଭାବନା ରହିଛି। ଏଣୁ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବାକୁ ହେବ।
ସେହିପରି ଜୁଲାଇ ୨୬ ତାରିଖରୁ ଏନ୍ଇଇଟି ପରୀକ୍ଷା ଆରମ୍ଭ ହେବ।
ଲକ୍ଡାଉନ୍କୁ ଆଖିରେ ରଖି ପରୀକ୍ଷା ଘୁଞ୍ଚାଯାଇଥିଲା।











