ଅଗଷ୍ଟ ୨୩ରେ ଜେଇଇ ଆଡ୍‌ଭାନ୍ସ

ବିଭିନ୍ନ ଆଇଆଇଟି ଏବଂ ମେଡିକାଲ୍‌ କଲେଜ୍‌ରେ ଆଡ୍‌ମିଶନ ପାଇଁ ଭାରତ ସରକାରଙ୍କ ଦ୍ଵାରା ଅନୁଷ୍ଠିତ ହେଉଥିବା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଆସନ୍ତା ଅଗଷ୍ଟ ୨୩ ତାରିଖରେ ହେବ। ଏହାକୁ ଆନୁଷ୍ଠାନିକ ଭାବେ କେନ୍ଦ୍ର ମାନବସମ୍ବଳ ମନ୍ତଅୀ ରମେଶ ପୋଖରିୟାଲ୍‌ ଘୋଷଣା  କରିଛନ୍ତି।

ମଙ୍ଗଳବାରଦିନ ପୋଖରିୟାଲ୍‌, ନିଟ୍‌ ଓ ଆଇଆଇଟି-ଜେଇଇ ବାବଦରେ ଘୋଷଣା କରିଥିଲେ। ଏହିସବୁ ପ୍ରବେଶିକା ପକ୍ଷାକୁ କୋଭିଡ୍‌୧୯ ମହାମାରୀକୁ ଆଖିରେ ରଖି ସ୍ଥଗିତ କରାଯାଇଥିଲା।

ପୂର୍ବ ଘୋଷଣା ଅନୁସାରେ ନିଟ୍‌ ପରୀକ୍ଷା ଜୁଲା୨୬ ଜାରିଖରେ ଅନୁଷ୍ଠିତ ହେବ। ସେହିପାରି ଆଇଆଇଟି ଜେଇଇ ମେନ୍‌ ପରୀକ୍ଷା ଜୁଲାଇ ୧୮, ୨୦, ୨୧, ୨୨ ଏବଂ ୨୩ ତାରିଖରେ ଦେଶର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବ।

ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପଢ଼ିବା ଲାଗି ନିଟ୍‌ ପାସ୍‌ କରିବା ନିହାତି ଆବଶ୍ୟକ। ସେହିପରି ଆଇଆଇଟିରେ ପାଠ ପଢ଼ିବା ଲାଗି ଜେଇଇ ଆବଶ୍ୟକ ହୋଇଥାଏ। ଉଭୟ ଜାତୀୟ େଟେଷ୍ଟିଂ ଏଜେନ୍ସୀ ଦ୍ଵାରା ପରିଚାଳିତ ହୋଇଥାଏ।

Leave a Reply

Your email address will not be published.