ଫୋନି: ଜେଇଇ ଆଡ୍ଭାନ୍ସ ପଞ୍ଜିକରଣ ସମୟ ଘୁଞ୍ଚିଲା
ଭୁବନେଶ୍ୱର, (ଓଟି) : ବାତ୍ୟା ଫୋନି’ ପ୍ରଭାବିତ ଅଞ୍ଚଳରେ ଜେଇଇ ଆଡ୍ଭାନ୍ସ ପଞ୍ଜିକରଣ ପାଇଁ ଚାହୁଁଥିବା ପିଲାଙ୍କୁ ସୁଯୋଗ ଦେଇଛଇ ମାନବସମ୍ବଳ ମନ୍ତ୍ରଣାଳୟ। ଏହି ଅନୁସାରେ ଜେଇଇ ଆଡ୍ଭାନ୍ସର ପଞ୍ଜିକରଣ ତାରିଖ ଘୁଞ୍ଚିଛି। ଏବେ ମେ ମାସ ୧୪ ତାରିଖ ଯାଏ ଆଶଶୟୀମାନେ ପଞ୍ଜିକରଣ କରିପାରିବେ।
ପୂର୍ବ ନିର୍ଦ୍ଧାରିତ ତିଥି ଅନୁସାରେ ମେ ୩ରୁ ୯ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଲାଗି ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଓଡ଼ିଶାରେ ଆସିଥିବା ବିପର୍ଯ୍ୟୟକୁ ଆଖିରେ ରଖି ସରକାର କେନ୍ଦ୍ରକୁ ତାରିଖ ଘୁଞ୍ଚାଇବାକୁ ପତ୍ର ଲେଖିଥିଲେ। ଏହାକୁ ଆଖିରେ ରଖି ଓଡ଼ିଶା ପିଲାଙ୍କ ପାଇଁ JEE ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି ୫ ଦିନ ଅର୍ଥାତ୍ ମେ ୧୪ ଯାଏଁ ବୃଦ୍ଧି କରାଯାଇଛି।
ବାତ୍ୟା ‘ଫୋନି’ ଯୋଗୁଁ ରାଜ୍ୟରେ ଇଣ୍ଟରନେଟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଜେଇଇ ଆଡଭାନ୍ସ ରେଜିଷ୍ଟ୍ରେସନ ଆଉ ୧୦ ଦିନ ଘୁଞ୍ଚାଇବାକୁ ଚିଠି ଲେଖି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରେଜିଷ୍ଟ୍ରେସନ ଅବଧି ନଘୁଞ୍ଚାଇଲେ ବହୁ ମେଧାବୀ ଓଡ଼ିଆ ପିଲା ବଞ୍ଚିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ।