ବିଜେପିରେ ଜୟାପ୍ରଦା

ମଙ୍ଗଳବାର ବିଜେପିରେ ମିଶିଛନ୍ତି ପୂର୍ବତନ ସାଂସଦ ତଥା ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଜୟାପ୍ରଦା। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜୟାପ୍ରଦା ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି। ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। 

 ଏହି ଲୋକପ୍ରିୟ ଅଭିନେତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି (ତେଲୁଗୁ ଦେଶମ୍ ପାର୍ଟି) ଦଳରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ବିବାଦ ହେବାପରେ ସେ ଟିଡିପି ଛାଡ଼ି ସପାରେ ଯୋଗ ଦେଇଥିଲେ ଏବଂ ୨୦୦୪-୦୯ ମଧ୍ୟରେ ରାମପୁରରୁ ସାଂସଦ ହୋଇଥିଲେ। ୨୦୧୦ରେ ସପାରୁ ବାହାରିଯିବା ପରେ ସେ ଅମର ସିଂହଙ୍କ ସହ ରାଷ୍ଟ୍ରୀୟ ଲୋକ ମଞ୍ଚ ଆରମ୍ଭ କରିଥିଲେ।

ଆଜମ ଖାନଙ୍କ ବିରୋଧରେ ଲଢିପାରନ୍ତି ନିର୍ବାଚନ

ଜୟାପ୍ରଦା ରାମପୁରରୁ ବିଜେପିର ପ୍ରାର୍ଥୀ ହେବେ ଏବଂ ମେଣ୍ଟର ପ୍ରାର୍ଥୀ ଆଜମ ଖାନଙ୍କୁ ଟକ୍କର ଦେବେ। ଏହା ପୂର୍ବରୁ ମଧ୍ୟ ଜୟା ପ୍ରଦା ରାମପୁର ଆସନରୁ ଏସପିର ଟିକେଟରେ ସାଂସଦ ରହିସାରିଛନ୍ତି । ଏବେ ଏହି ସିଟରେ ମେଣ୍ଟ ଓ ବିଜେପି ମଧ୍ୟରେ କଡ଼ା ଲଢେଇ ହେବାକୁ ଯାଉଛି।

ଜୟା ପ୍ରଦାଙ୍କୁ ବରିଷ୍ଠ ନେତା ଅମର ସିଂହ ଏସପିକୁ ଆଣିଥିଲେ । ଏହା ପରେ ଦଳର ବରିଷ୍ଠ ନେତା ଆଜମ ଖାନ ଜୟାଙ୍କୁ ରାମପୁରରୁ ସାଂସଦ କରାଇବା ପାଇଁ ଅନେକ ସାହାଯ୍ୟ କରିଥିଲେ । ଚଳିତ ଥର ଲୋକସଭା ନିର୍ବାଚନରେ ଏସପି ରାମପୁର ଲୋକସଭା ଆସନରେ ଆଜମ ଖାନଙ୍କୁ ଛିଡା କରାଉଛି । ଏପରି ସ୍ଥିତିରେ ଜୟା ପ୍ରଦା ବିଜେପି ପକ୍ଷରୁ ରାମପୁରରେ ପ୍ରାର୍ଥୀ ହୋଇ ଆଜମ ଖାନଙ୍କୁ  କଡା ଟକ୍କର ଦେବେ ବୋଲି କୁହାଯାଉଛି। 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ବିଜେପି ଛାଡ଼ିଲେ ସୁବାସ ଚୌହ୍ୱାନ

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

ଆଦିବାସୀ ବହୁଳ ଜିଲ୍ଲାରେ ନୋଟାକୁ ଅଧିକ ସମର୍ଥନ

Leave a Reply

Your email address will not be published.