ଡ୍ରେସକୁ ନେଇ ଟ୍ରୋଲ୍ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ୍ ଦେଲେ ଜାହ୍ନବୀ: ‘ସବୁଦିନେ ନୂଆ ଡ୍ରେସ୍ ପିନ୍ଧିବା ଭଳି ରୋଜଗାର ମୋର ନାହିଁ’
ବଲିଉଡର ତାରକାମାନେ ସେମାନଙ୍କର ଡ୍ରେସ୍ ସେନ୍ସକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଥର ସମାଲୋଚନାର ଶିକାର ହୋଇଥାନ୍ତି । ଏଭଳି ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କୁ ‘ଧଡ଼କ୍’ ଫେମ୍ ଜାହ୍ନବୀ ଏବେ କଡ଼ା ଜବାବ୍ ଦେଇଛନ୍ତି । ଜାହ୍ନବୀ କହିଛନ୍ତି ଯେ – ‘ଟ୍ରୋଲ୍ ଦ୍ୱାରା ମୁଁ କେବେ ମଧ୍ୟ ପ୍ରଭାବିତ ହୁଏନାହିଁ । କାରଣ କିଛି ଲୋକ ଯେ କୌଣସି ଡ୍ରେସ୍ରେ ମଧ୍ୟ ଭୁଲ୍ ଖୋଜି ବାହାର କରିଥାନ୍ତି । ତେଣୁ ସବୁବେଳେ ସମସ୍ତଙ୍କ ମନକୁ ଆସିବା ଭଳି କୌଣସି ଡ୍ରେସ୍ ସେନ୍ସ ନାହିଁ । ଏସବୁ ବ୍ୟତୀତ ପ୍ରତିଦିନ ନୂଆ ଡ୍ରେସ୍ ପିନ୍ଧିବା ଭଳି ବଡ଼ ଇନକମ୍ ମୁଁ କରୁନାହିଁ । ଡ୍ରେସ୍ ପାଇଁ ଟ୍ରୋଲ୍ ହେବା ଦିଗରେ ମୁଁ ସେତେବେଳେ ପ୍ରଭାବିତ ହେବି, ଯେତେବେଳେ ଏହା ମୋର କାମକୁ ପ୍ରଭାବିତ କରିବ’ । ତାରକାଙ୍କ ଡ୍ରେସକୁ ନେଇ ବିଭିନ୍ନ ପ୍ରକାର ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଜାହ୍ନବୀଙ୍କ ଏଭଳି ଜବାବ୍ ଉଚିତ୍ ହୋଇଛି ବୋଲି ପ୍ରଶଂସକ ପ୍ରତିକ୍ରିୟା ଦେଉଛନ୍ତି ।