ଜନତା କର୍ଫ୍ୟୁ: ୧୪୧ଟ୍ରେନ୍ ବାତିଲ

ଭୁବନେଶ୍ୱର (ଓଟି): ମହାମହାରୀ କରୋନା ପାଇଁ ସାଧାରଣ ଜନଜୀବନଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି। ସୁରକ୍ଷା ଦୃଷ୍ଟିରୁ କଡ଼ା କଟକଣା କରାଯାଉଛି। ଏହିକ୍ରମରେ ଜନତା କର୍ଫ୍ୟୁ ପାଇଁ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି। ପୂର୍ବତନ ରେଳବାଇ ପକ୍ଷରୁ ୧୪୧ ଟ୍ରେନ ବାତିଲ ହୋଇଛି। ୪୮ଟି ଏକ୍ସପ୍ରେସ ଓ ୯୩ଟି ଯାତ୍ରୀବାହୀ ଟ୍ରେନ ବାତିଲ ହୋଇଥିବା ସୂଚନା ମିଳିଛି।  

କରୋନା ମୁକାବିଲା ପାଇଁ ଆଜି ଦେଶବ୍ୟାପି ଜନତା କର୍ଫ୍ୟୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ। ଏହାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଥିଲେ। ସୁରକ୍ଷା ପାଇଁ ଲୋକେ ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ। ସେହି ଅନୁାସାରେ ଆଜି ଲୋକେ ଘରେ ରହିଥିବାବେଳେ ରାଜଧାନୀର ରାଜରାସ୍ତା ଖାଁଖାଁ ହୋଇଥିବା ଜଣାପଡ଼ିଛି। ସବୁଠି ଶୂନଶାନ ହୋଇପଡ଼ିଛି। ଦୋକାନ ବଜାର, ଗାଡ଼ି ମୋଟର ବନ୍ଦ ରହିଛି। ପୂର୍ବ ଘୋଷଣା ଅନୁସାରେ ସକାଳ ୭ଟାରୁ ଦେଶବ୍ୟାପୀ ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ଲାଗୁ ହୋଇଛି। ସେ ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ନିହାତି ଦରକାର ନଥିଲେ ଘରୁ ନବାହାରିବାକୁ ସମସ୍ତଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି।

Leave a Reply

Your email address will not be published.