ଜମ୍ମୁ-କାଶ୍ମୀର ଭାରତଠାରୁ ଅଧିକ ପାକିସ୍ତାନ ଓ ଚୀନ କବ‍୍‌ଜାରେ


ଭୁବନେଶ୍ୱର,(ଓଟି): ୧୯୪୭ରେ ଭାରତ ଇଂରେଜ ଶାସନରୁ ସ୍ୱାଧୀନ ହେବା ପରଠାରୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଆସିଛି। କିନ୍ତୁ ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ଜମ୍ମୁ-କାଶ୍ମୀର ଅଂଶ ଭାରତଠାରୁ ପାକିସ୍ତାନ ଓ ଚୀନ ପାଖରେ ଅଧିକ ରହିଛି। ଜମ୍ମୁ-କାଶ୍ମୀର ଅଂଶ ଯେତିକ ବି ଭାରତରେ ରହିଛି ତାକୁ ନେବା ପାଇଁ ପାକିସ୍ତାନ ଭାରତ ଉପରେ ବାରମ୍ୱାର ଆକ୍ରମଣ କରିଚାଲିଛି।

୧୯୪୭ ପରେ ଜମ୍ମୁ, କାଶ୍ମୀର ଓ ଲଦାଖ ଭାରତ ପାଖରେ ରହିଛି। କାଶ୍ମୀର ଓ ଉତ୍ତର କାଶ୍ମୀର (ଗିଲଗିଟ ଓ ବାଲାଟିସ୍ତାନ) ପାକିସ୍ତାନ ନିୟନ୍ତ୍ରଣରେ ଥିବାବେଳେ ଅକ୍ସାଇ ଚୀନ ଓ ଟ୍ରାନ୍ସ କାରାକୋରମ (ଶକ୍ସଗାମ ଘାଟି) ଚୀନ ନିୟନ୍ତ୍ରଣରେ ରହିଛି। କ୍ଷେତ୍ରଫଳ ହିସାବରେ ଜମ୍ମୁ-କାଶ୍ମୀରର କେବଳ ମାତ୍ର ୪୫ ପ୍ରତିଶତ ଅଞ୍ଚଳ ଭାରତ ନିୟନ୍ତ୍ରଣରେ ରହିଛି। ପାକିସ୍ତାନ ନିୟନ୍ତ୍ରଣରେ ୩୫ ପ୍ରତିଶତ ରହିଥିବାବେଳେ ଚୀନ ନିୟନ୍ତ୍ରଣରେ ୨୦ ପ୍ରତିଶତ ଜମ୍ମୁ-କାଶ୍ମରର ଅଞ୍ଚଳ ରହିଛି।

ଅପରପକ୍ଷରେ ଅରୁଣାଞ୍ଚଳ ପ୍ରଦେଶର ପ୍ରାୟ ୯୦ହଜାର ବର୍ଗ କିମି ଅଞ୍ଚଳ ଉପରେ ଚୀପ ନିଜର ଦାବି କରୁଛି। ଚୀନ ଏହି ଅଞ୍ଚଳକୁ ଅନଔପଚାରିକଭାବେ ଦକ୍ଷିଣ ତିବତ କହୁଛି। ଭାରତ-ଚୀନ ମଧ୍ୟରେ ୩୫୦୦କିମି ଲମ୍ୱା ସୀମା ରହିଛି। ସୀମା ବିବାଦ କାରଣରୁ ଦୁଇ ଦେଶ ମଧ୍ୟରେ ୧୯୬୨ରେ ଯୁଦ୍ଧ ହୋଇଥିଲା। ଏହା ପରେ ବି ଅନେକ ଅଞ୍ଚଳକୁ ନେଇ ଏବେ ବି ସୀମା ବିବାଦ ଚୀନ ସହିତ ଲାଗି ରହିଛି।

୧୯୫୦ ଦଶକର ଶେଷ ଭାଗରେ ତିବତକୁ ନିଜ ଦେଶ ସହିତ ମିଶାଇବା ପରେ ଅକ୍ସାଇ ଚୀନର ୩୮୦୦୦ ବର୍ଗ କିମି ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ଏହି ଅଞ୍ଚଳ ଲଦାଖ ସହିତ ଥିଲା। ଚୀନ ଏହି ଅଞ୍ଚଳରେ ନାସନାଲ ହାଇେୱ ୨୧୯ ନିର୍ମାଣ କରୁଛି ଯାହାକି ପୂର୍ବରେ ଥିବା ଶିନଜିୟାଙ୍ଗକୁ ସଂଯୋଗ କରିବ। ଭାରତ ଏହାକୁ ଅବୈଧ କବ‍୍‌ଜା ବୋଲିଚ଼ହିବା ସହିତ ଏହା ଉପରେ ନିଜର ଦାବି କରି ଆସୁଛି। ଅକ୍ସାଇ ଚୀନ ବ୍ୟତୀତ ଶକ୍ସଗାମ ଘାଟିରେ ୫୦୦ ବର୍ଗ କିମିରୁ ଅଧିକ ଅଞ୍ଚଳରେ ଚୀନ କବ‍୍‌ଜା କରି ରଖିଛି।

Leave a Reply

Your email address will not be published. Required fields are marked *