ଜାମା ମସଜିଦ୍ କେଉଁଠି? ଆନ୍ଦୋଳନ କଲେ ଭୁଲ୍ କ’ଣ ବୋଲି ପ୍ରଶ୍ନକଲେ କୋର୍ଟ


ନୂଆଦିଲ୍ଲୀ(ଓଟି): ଜାମା ମସଜିଦ କଣ ପାକିସ୍ତାନରେ? ଆନ୍ଦୋଳନ କି ବିକ୍ଷୋଭ କଲେ ଭୁଲ କଣ? ଏଭଳି ପ୍ରଶ୍ନ କରିଛନ୍ତି ଦିଲ୍ଲୀର ତିସ ହଜାରୀ କୋର୍ଟ । ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଜାମିନ ଆବେଦନର ଶୁଣାଣି ଅବସରରେ ଦିଲ୍ଲୀ ପୁଲିସ ଉପରେ କ୍ଷୁବ୍ଧ ହେବା ସହ ସରକାରୀ ଓକିଲଙ୍କୁ ଉପରୋକ୍ତ ପ୍ରଶ୍ନ କରିଥିଲେ ବିଚାରପତି । କୋର୍ଟ କହିଥିଲେ ଯେ ଜାମା ମସଜିଦ ପାକିସ୍ତାନରେ ହୋଇଥିଲେ ସେଠାରେ ଆନ୍ଦୋଳନ କରାଯାଇ ପାରିନଥାନ୍ତା କିନ୍ତୁ ପାକ୍‌ରେ ବି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଛି ବୋଲି କୋର୍ଟଙ୍କ ଜବାବରେ ସରକାରୀ ଓକିଲ କହିଥିଲେ ଯେ ଆନ୍ଦୋଳନ କରିବାକୁ ଅନୁମତି ନେବାକୁ ପଡ଼ିଥାଏ, କିନ୍ତୁ ସେଭଳି ନିଆଯାଇନି । ତେବେ ୧୪୪ ଧାରା ବାରମ୍ବାର ଜାରି କରିବା କ୍ଷମତାର ଅପବ୍ୟବହାର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିବାବେଳେ ଆପଣ କେଉଁ ଅନୁମତି କଥା କହୁଛନ୍ତି ବୋଲି କୋର୍ଟ ସରକାରୀ ଓକିଲଙ୍କୁ ଜବାବ ଦେଇଥିଲେ । ଏଥିସହ କେବଳ ଧର୍ମପୀଠ କାହିଁକି ଯେକୌଣସି ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ସମସ୍ତଙ୍କର ଅଧିକାର ଏବଂ ତାହା ସମ୍ବିଧାନ ସମ୍ମତ ବୋଲି ଶୁଣାଇଥିଲେ ।

ସୂଚନାଯୋଗ୍ୟ ସିଏଏ ବିରୋଧରେ ବିକ୍ଷୋଭ କରି ଜାମା ମସଜିଦ ନିକଟରୁ ଗିରଫ ହୋଇଥିଲେ ଆଜାଦ । ତାଙ୍କ ସଂଗଠନ ଭୀମ ଆର୍ମି ସିଏଏ ବିରୋଧରେ ଜାମା ମସଜିଦ୍‌ଠାରୁ ଯନ୍ତରମନ୍ତର ପର୍ଯ୍ୟନ୍ତ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ । ଦିଲ୍ଲୀ ଗେଟ୍ ନିକଟରେ ପୁଲିସ ଅଟକାଇବା ପରେ ଉତ୍ତେଜନା ଓ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ପରେ ଗତ ଡିସେମ୍ବର ୨୧ରେ ଆଜାଦଙ୍କୁ ଦିଲ୍ଲୀର ଏକ କୋର୍ଟ ବିଚାର ବିଭାଗୀୟ କୋର୍ଟକୁ ପଠାଇ ଦେଇଥିଲେ ଏବଂ ଗତ ୯ ତାରିଖରେ ଆଜାଦଙ୍କ ସମେତ ୧୬ ଜଣଙ୍କୁ କୋର୍ଟ ଜାମିନ ଦେଇଥିଲେ ।

Leave a Reply

Your email address will not be published. Required fields are marked *