ଅଗଷ୍ଟ ୧ରୁ ସେପ୍ଟେମ୍ବର ୧୫ ଯାଏ “ଜଳଶକ୍ତି ଅଭିଯାନ”

ଭୁବନେଶ୍ୱର, (ଓଟି): ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ କମ୍ ବୃଷ୍ଟିପାତ ହେତୁ ଜଳ ସଂରକ୍ଷଣର ଆବଶ୍ୟକତା ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳରେ ୨୫୭ଟି ଜିଲ୍ଲାର ୧୫୯୨ଟି ବ୍ଲକକୁ ଜଳ କ୍ଲିଷ୍ଟ ଅଂଚଳ ଭାବେ ଚିହ୍ନଟ କରିଛନ୍ତି । ତନ୍ମଧ୍ୟରେ ଓଡିଶାରୁ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଭୁକ୍ତ । ଜଳର ବ୍ୟବହାରିକ ପରିବର୍ତନ କରି ଜଳ ସଂଚୟ କଲେ ହିଁ ଆମକୁ ଜଳ ସଂକଟରୁ ରକ୍ଷା ମିଳିପାରିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ “ଜଳ ଶକ୍ତି ଅଭିଯାନ” ଆରମ୍ଭ କରାଯାଇ ଏହାର ସଫଳତା ନିମନ୍ତେ ଜନସାଧାରଣଙ୍କ ସଂପୃକ୍ତି ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ଜଳକ୍ଲିଷ୍ଟ ୯ ଗୋଟି ବ୍ଲକରେ ପାନୀୟ ଜଳର ସମସ୍ୟା ଉପୁଜିଛି । ଏଥିମଧ୍ୟରୁ ସମୁଦ୍ରକୂଳିଆ ଏହି ବ୍ଲକ୍ ଅଂଚଳରେ ଲବଣାକ୍ତ ଜଳର ପ୍ରଭାବ ଅଧିକ ଏବଂ ଭୂତଳ ଜଳସ୍ତର କ୍ରମାନ୍ୱୟରେ ହ୍ରାସ ପାଉଥିବା ଯୋଗୁଁ ଜନସାଧାର

ଜଳ ଶକ୍ତି ଅଭିଯାନ ମୁଖ୍ୟତଃ ୫ ଟି ଗୁରୁତ୍ୱପୂର୍ଣ୍ଣ ବ୍ୟବହାରିକ ପରିବର୍ତନ ଉପରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ କେନ୍ଦ୍ରୀଭୂତ । ସେଗୁଡିକ ହେଲା (୧) ଜଳ ସଂରକ୍ଷଣ ଓ ବର୍ଷାଜଳ ଅମଳ ବା ଏହାର ସୁବିନିଯୋଗ (୨) ପାରମ୍ପରିକ ଜଳ ଉତ୍ସଗୁଡିକର ପୁନରୁଦ୍ଧାର (୩) ପୁରାତନ କୂପଗୁଡିକର ପୁନଃ ବ୍ୟବହାର ଏବଂ ଏହି ଭଳି ଜଳ ଉତ୍ସଗୁଡିକରେ ଜଳାଭରଣ (୪) ଜଳଛାୟାର ଉନ୍ନତିକରଣ ଏବଂ (୫) ବ୍ୟାପକ ବନୀକରଣ । ଜଳଶକ୍ତି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଥିବା କେନ୍ଦ୍ରାପଡା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟରେ ଜନସଚେତନତା ପ୍ରଚାର ଅଭିଯାନ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୨ୟ ପର୍ଯ୍ୟାୟ ଅଭିଯାନ ଅକ୍ଟୋବର ୧ ତାରିଖରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ କି ଜଳ ସଂଚୟ ପାଇଁ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟକାରିତାର ମୂଲ୍ୟାଙ୍କନ କରାଯିବ । ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡିଶା ଜଳ ସଂପଦ ବିଭାଗ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ବୈ÷ଠକ ଅନୁଷ୍ଠିତ ହୋଇ ଏହି ଅଭିଯାନକୁ ସଫଳ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଆଜି ସଂଧ୍ୟାରେ ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରାଜୀବ ଭବନଠାରେ ମଧ୍ୟ ପ୍ରମୁଖ ଶାସନ ଶ୍ରୀଯୁକ୍ତ ଜେନା ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈ÷ଠକ ଅନୁଷ୍ଠିତ ହୋଇ ଜଳ ଶକ୍ତି ପ୍ରଚାର ଅଭିଯାନ ସଂପର୍କରେ ବିଶଦ୍ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । କେନ୍ଦ୍ର ସରକାର ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲାକୁ ଫୋକସ୍ ଜିଲ୍ଲା ଭାବେ ଗ୍ରହଣ କରିଥିଲେ ହେଁ ଜଳ ସଂରକ୍ଷଣ ଓ ଏହାର ସୁବିନିଯୋଗ ପାଇଁ ସବୁ ଜିଲ୍ଲାରେ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି ଅନୁଷ୍ଠିତ ଏ ସଂପର୍କିତ ବୈ÷ଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲା ନିମନ୍ତେ ୪୫ ଦିନିଆ ପ୍ରଚାର ଅଭିଯାନ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି । ଜଳ ଶକ୍ତି ଅଭିଯାନ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଅନୁଦାନ ନାହିଁ । ତେବେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଉପଲବ୍ଧ ଅର୍ଥରୁ ସହଭାଗିତା ଭିତିରେ ଅର୍ଥ ବ୍ୟବସ୍ଥା କରି ଏହି ଅଭିଯାନକୁ ସଫଳ କରିବାକୁ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଏଥି ନିମନ୍ତେ ରାଜ୍ୟ ଗୃହ ନିର୍ମାଣ ଓ ସହରାଂଚଳ ବିକାଶ ବିଭାଗ ତରଫରୁ ଅମୃତ ଯୋଜନାରେ ଉପଲବ୍ଧ ଅର୍ଥରୁ କେନ୍ଦ୍ରାପଡା ସହର ଓ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବାକୁ ବିଭାଗ ପକ୍ଷରୁ ନିଷ୍ପତି ହୋଇଛି । ପଂଚାୟତିରାଜ ବିଭାଗ ତରଫରୁ ଜଳ ପରିଚାଳନା ସଂପର୍କିତ କାର୍ଯ୍ୟ ପାଇଁ ଏମ୍.ଜି.ଏନ୍.ଆର.ଇ.ଜି.ଏ ପାଣ୍ଠିରୁ ସହାୟତା ପାଇଁ ଅନୁରୋଧ କରାଯାଇଛି । ସେହିଭଳି କୃଷି ବିଭାଗ ମଧ୍ୟ ଏ ନେଇ ସହଯୋଗ ପ୍ରଦାନ କରିବ । ନାବାର୍ଡ ଓ ୟୁନିସେଫ୍ ତରଫରୁ ମଧ୍ୟ. ସହଯୋଗ କରାଯାଉଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ମଧ୍ୟ ଏ ନେଇ ପ୍ରଚାର ପ୍ରସାରକୁ ବ୍ୟାପକ କରିବାକୁ ଅନୁରୋଧ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ବୁଧବାର ସଂଧ୍ୟାରେ ସୂଚନା ଓ ଲୋକ ସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଜଳ ଶକ୍ତି ଅଭିଯାନର କାର୍ଯ୍ୟାନ୍ୱୟନ ସଂପର୍କିତ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ୟୁନିସେଫ୍ ତରଫରୁ କରାଯାଇଥିଲା । ଏଥିରେ ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଂଜନ ସେଠୀ, ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁୂମାର ନାୟକ ଓ ଅନ୍ୟାନ୍ୟ ପଦାଧିକାରୀ, ଜଳ ସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ( ମନିଟରିଂ) ଇଂ. ଧୀରେନ୍ଦ୍ର କୁମାର ସାମଲ, ଉଦ୍ୟାନ କୃଷି ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ସରୋଜ ଦାସ ପ୍ରମୁଖ ଯୋଗଦେଇ ଜଳ ଶକ୍ତି ଅଭିଯାନର ବ୍ୟାପକ ପ୍ରଚାର ପ୍ରସାର ନେଇ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।

Leave a Reply

Your email address will not be published.