ଗୋଗୋଇଙ୍କୁ ଜେଟ୍‌ଲୀଙ୍କ ସମର୍ଥନ: ଅସ୍ଥିରତା କାରକଙ୍କୁ କଡ଼ା ଜବାବ ଦରକାର

ପ୍ରଧାନବିଚାରପତି ରଞ୍ଜନ ଗୋଗାଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ ମୁହଁ ଖୋଲିଛନ୍ତି ବରିଷ୍ଠ ଆଇନଜୀବୀ ତଥା ଅର୍ଥମନ୍ତ୍ରୀ ରଞ୍ଜନ ଗୋଗୋଇ। ଏକ ବ୍ଲଗ୍‌ ଯୋଗେ ଶ୍ରୀ ଜେଟ୍‌ଲୀ କହିଛନ୍ତି, ଏହିଭଳି ଅସ୍ଥିରତା ସୃଷ୍ଟିକାରୀଙ୍କୁ କଡ଼ା ଜବାବ ମିଳିବା ଦରକାର। ମିଥ୍ୟା ଓ ଅପପ୍ରଚାର କରି ଦେଶରେ ଅସ୍ଥିତରତା ସୃଷ୍ଟି କରିବା ତଥା ଦେଶର ମୂଳ ଅନୁଷ୍ଠାନଗୁଡ଼ିକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା କାରକଙ୍କୁ ଯଦି କଡ଼ା ଜବାବ ନମିଳେ ତେବେ ତାହା ଆଗକୁ ଭୟଙ୍କର ରୂପ ନେବା ଆଶଙ୍କା ରହିିଛି।

ନ୍ୟାୟିକ ସଂସ୍ଥା ସହ ଠିଆ ହେବାର ଏହା ଜରୁରୀ ସମୟ ବୋଲି କହିବା ସହ ଶ୍ରୀ ଜେଟ୍‌ଲୀ କହିଛନ୍ତି ଯେ, ଏହିଭଳି ଉଦ୍ୟମ ପ୍ରଥମ ନୁହେଁ କି ଏହା ଶେଷ ହେବ ନାହିଁ। କିନ୍ତୁ ଏଭଳି କାରକଙ୍କୁ ଉଦାହରଣ ସୃଷ୍ଟିକାରୀ ଫଳ ମିଳିବା ଆବଶ୍ୟକ। ଏହାଦ୍ଵାରା କେହି ଦେଶର ମୂଳ ଅନୁଷ୍ଠାନଗୁଡ଼ିକ ଉପରକୁ ଏପରି ଅଭିଯୋଗ ଆଣିବେ ନାହିଁ।

ପ୍ରଧାନବିଚାରପତି ଜଷ୍ଟିସ୍‌ ଗୋଗୋଇଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଜଣେ ପୂର୍ବତନ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୩୦ରୁ ୪୦ ବର୍ଷ ଭିତରେ ଥିବା ଏହି ମହିଳା ଜଣକ ପ୍ରଧାନବିଚାରପତିଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ଅଭିଯୋଗ ଅନୁସାରେ ସେ ଯୌନ ଶୋଷଣର ଶିକାର ହୋଇଛନ୍ତି। ଏବଂ ତାହାକୁ ବିରୋଧ କରିବାରୁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଛି। ଏହି ବିଷୟ କିଛଇ ଅନ୍‌ଲାଇନ୍‌ ଜଣ୍ଣାଲରେ ପ୍ରକାଶିତ ହେବା ପରେ ଚର୍ଚାର ବିଷ୍ରୟ ହୋଇଛି। ପୁଣି ସମସ୍ତ ଜଜ୍‌ଙ୍କୁ ଅମ୍ପୃକ୍ତ ଅଭିଯୋଗକାରୀଣୀ ଏ ବିଷୟରେ ଜଣଶଇବାରୁ ଏ ବାବଦରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଖଣ୍ଡପୀଠ ମାମଲା ଶୁଣାଣି କରିଛନ୍ତି କିନ୍ତୁ ତାହାର କୌଣସି ରାୟ ଦେଇ ନାହାନ୍ତି। ଅପରପରେ ନିଜ ବିରୋଧ ଆସିଥିବା ଅଭିଯୋଗର ଶୁଣାଣି ସମୟରେ ଖୋଦ୍‌ ପ୍ରଧାନବିଚାରପତି ଖଣ୍ଡପୀଠରେ ରହିବାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Leave a Reply

Your email address will not be published.