ଜେଲ୍ ପରିବେଶ ହେତୁ ୭୮୭ ପାଗଳ! ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବି କଲେ ଆଇନଜୀବୀ
ଭୁବନେଶ୍ୱର, (ଓଟି): ଓଡ଼ିଶାର ଜେଲ୍ ପରିବେଶ ଦୁର୍ବିସହ । ଏହି ପରିବେଶ ବନ୍ଦୀମାନଙ୍କୁ ପାଗଳ ବା ମାନସିକ ରୋଗୀରେ ପରିଣତ କରାଉଛି । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋର ଏକ ତଥ୍ୟକୁ ଭିତ୍ତି କରି ଏପରି ଅଭିଯୋଗ ଆଣିଛନ୍ତି ମାନବାଧିକାର କର୍ମୀ ତଥା ବରିଷ୍ଠ ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ । ସେ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏହାଦ୍ୱାରା ବନ୍ଦୀମାନଙ୍କ ମାନବାଧିକାର କ୍ଷୁଣ୍ଣ ହେଉଛି । ରାଜ୍ୟ ସରକାରଙ୍କୁ ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ନିବେଦନ କରିଛନ୍ତି ।
୨୦୧୭ମସିହାର ଜେଲ ରିପୋର୍ଟ ଯାହା ଏନ ସି ଆର ବି ରିପୋର୍ଟ ରେ ପ୍ରକାଶ ପାଇଛି ସେହି ଅନୁସାରେ ରାଜ୍ୟର ଜେଲ ମାନଙ୍କରେ ୭୮୭ଜଣ ମାନସିକ ରୋଗାକ୍ରାନ୍ତ ବ୍ୟକ୍ତି ଅଛନ୍ତି ଓ ଏହା ଜେଳର ଦୁରବସ୍ଥା କାରଣରୁ ହୋଇଛି ବୋଲି ଆଇନଜୀବୀ ବିଜୟ କୁମାର ପଣ୍ଡା ଓ ବିଶ୍ବପ୍ରୀୟ କାନୁନଗୋ ଅଭିଯୋଗ କରିଛନ୍ତି । ୪୧୨ଜଣ ଦୋଷୀ ସାବ୍ୟସ୍ତ ଓ ୩୭୫ଜଣ ବିଚାରାଧୀନ ବନ୍ଦୀ ମାନସିକ ରୋଗର ଶିକାର ହୋଇଛନ୍ତି କ୍ଷ ସମୁଦାୟ ବନ୍ଦୀଙ୍କ ସଂଖ୍ୟା ୧୫୨୨୩ବୋଲି ଘଉଜଈ ରିପୋର୍ଟ ରୁ ଜଣାପଡେ । ଏହି ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ଉତ୍ତରପ୍ରଦେଶ ଏହି କ୍ଷେତ୍ରରେ ସବୁଠାରୁ ଆଗରେ ଥିବାବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି ।
ମାନସିକ ରୋଗ ଯତ୍ନ ଆଇନ ଅନୁସାରେ ଏଭଳି ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା ରହିଛି । ସେଥିସହ ଭାରତ ସରକାର ୨୦୧୬ମସିହାରେ ଯେଉଁ ମଡେଲ ମାନୁଆଲ କଇଛନ୍ତି ତାହା ଅନୁସାରେ ବନ୍ଦୀ ମାନଙ୍କର ମାନସିକ ଅବସ୍ଥାର ଯତ୍ନ ପାଇଁ ସବୁମତେ ବ୍ୟବସ୍ଥା କରାଯିବ ଓ ଡାକ୍ତର ନିଯୁକ୍ତି, ପରାମର୍ଶଦାତା ନିଯୁକ୍ତି ଇତ୍ୟାଦି ପାଇଁ ଗୁରୁତ୍ୱ ଦିଆଯାଇଛି କ୍ଷ ସେହିଭଳି ବନ୍ଦୀମାନେ ମଣିଷ ଭଳି ମର୍ୟ୍ୟାଦାର ସହ ରହିବା ବନ୍ଦୀମାନଙ୍କର ଅଧିକାର ବୋଲି ଆଇନଜୀବୀ ଦୁଇ ଜଣ ଏହି ଅଭିଯୋଗରେ ଜଣାଇଛନ୍ତି । କିନ୍ତୁ ଜେଲରେ ଅବସ୍ଥା ଖରାପ ସହ ମାନସିକ ରୋଗର ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନାହିଁ ।
ବନ୍ଦୀମାନଙ୍କର ମାନସିକ ରୋଗର କାରଣ ଓ ଯତ୍ନ ସମ୍ପର୍କରେ ସୁପାରିଶ ପାଇଁ କମିଟି କୁ ନିର୍ଦେଶ ଓ ଏହି ସୁପାରିଶ କୁ ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ୟ୍ୟକାରୀ କରିବାପାଇଁ କମିଶନ ସରକାରଙ୍କୁ ନିର୍ଦେଶ ଦେବା ଲାଗି ଏହି ଆବେଦନରେ ଓଡିଶାମାନବିକ ଅଧିକାର କମିଶନ ଙ୍କୁ ନିବେଦନ କରାଯାଇଛି ।
ଏହି ଘଟଣାର ତଦନ୍ତ କରି ଡିସେମ୍ବର ଶେଷ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ଗୃହ, ସ୍ୱାସ୍ଥ୍ୟ ଓ ପରିବାର, ଏବଂ ଜେଲ ADG ଙ୍କୁ ରାଜ୍ୟ ମାନବିକ ଅଧିକାର କମିଶନ ପକ୍ଷରୁ ନୋଟିସ ଜାରି କରାଯାଇଛି ଆଜି ଏହି ମାମଲାର ଶୁଣାଣି ଅଧ୍ୟକ୍ଷ ବିଚାରପତି ବିମଲ ପ୍ରସାଦ ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାଶ ଙ୍କ ଖଣ୍ଡପୀଠରେ ଶୁଣାଣି କରାଯାଇଥିଲା ଘଟଣାର ଗୁରୁତ୍ୱ ଅନୁଭବ କରି କମିଶନଂକ ପକ୍ଷରୁ ଏହି ସବୁ କାର୍ଟୁର ପକ୍ଷଙ୍କୁ ନୋଟିସ ପାଇଁ ଆଦେଶ ଦିଆଯାଇଛି
ରାଜ୍ୟର ଜେଲ ମାନଙ୍କରେ ଶତକଡା ପାଞ୍ଚ ଭାଗ ବନ୍ଦୀ ମାନସିକ ରୋଗର ଶିକାର ହୋଇଥିଲେ ମଧ୍ୟ ସେମାନଙ୍କର ଚିକିତ୍ସା ପାଇଁ ସୁବ୍ୟବସ୍ଥିତ ବ୍ୟବସ୍ଥା ନ ଥିବା ସମ୍ପର୍କରେ ତଦନ୍ତ କରି ଡିସେମ୍ବର ଶେଷ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ରାଜ୍ୟ ମାନବିକ ଅଧିକାର କମିଶନ ପକ୍ଷରୁ ଜେଲ ବୟଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଗୃହ ବିଭାଗ କୁ ଆଜି ନୋଟିସ ଜାରି ପାଇଁ ଆଦେଶ ହୋଇଛି ।