କିଙ୍ଗଡମ୍ ଅଫ୍ ସାଉଦୀ ଆରବର ଏୟାରପୋର୍ଟରେ ଜାକଲିନଙ୍କ ଫଟୋ, ପ୍ରଥମ ଭାରତୀୟ ମହିଳା ସେଲିବ୍ରିଟି

ସିଂହଳ ସୁନ୍ଦରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଏକ ଫଟୋ କିଙ୍ଗଡମ୍ ଅଫ୍ ସାଉଦୀ ଆରବର ଏୟାରପୋର୍ଟରେ ଲାଗିବା ପରେ ସେ ପ୍ରଥମ ଭାରତୀୟ ମହିଳା ସେଲିବ୍ରିଟି ଭାବେ ଏହି ସଫଳତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ଏକ ବିଜ୍ଞାପନ ମାଧ୍ୟମରେ ଜାକଲିନ୍ ନଜର ଆସିଛନ୍ତି । ଏହି ଫଟୋ ସମ୍ପର୍କିତ ବିଶେଷ ଖବର ହେଉଛି ସାଉଦି ଆରବର ପ୍ରଥା ଅନୁଯାୟୀ କମରସିଆଲ୍ ଫଟୋରେ ନକାବ୍ ପିନ୍ଧିବାର ନିୟମ ରହିଛି । କିନ୍ତୁ ଜାକଲିନ୍ ଏଥିରେ ନକାବ୍ ପିନ୍ଧିନାହାନ୍ତି ।

ଜାକଲିନ୍ ପ୍ରଥମ ଭାରତୀୟ ସେଲିବ୍ରିଟି ଭାବେ ଏହି ସଫଳତା ହାସଲ କରିଥିବାରୁ ପ୍ରଶଂସକ ମହଲରେ ଖୁସିର ମାହୋଲ୍ ରହିଛି । ସୂଚନାଯୋଗ୍ୟ ପ୍ରଭାଷ ଓ ଶ୍ରଦ୍ଧାଙ୍କ ଅଭିନୀତ ‘ସାହୋ’ର ଆଇଟମ୍ ନମ୍ବର୍ ‘ବ୍ୟାଡ୍ ବୟ…’ରେ ଶେଷଥର ପାଇଁ ଜାକଲିନଙ୍କୁ ଦେଖିବାକୁ ମିଳିଥିଲା । ଜାକଲିନଙ୍କ ଅପକମିଙ୍ଗ୍ ଫିଲ୍ମ ‘ଡ୍ରାଇଭ୍’ ଆସନ୍ତା ନଭେମ୍ବର ୧ ତାରିଖରେ ରିଲିଜ୍ ହେବ । ତରୁଣ ମନସୁଖାନିଙ୍କ ନିର୍ଦ୍ଦେଶିତ ଏବଂ କରଣ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଜାକଲିନଙ୍କ ସହିତ ସୁଶାନ୍ତ ସିଂ ରାଜପୁତ ଦର୍ଶକଙ୍କ ସାମନାକୁ ଆସିବେ ।

Leave a Reply

Your email address will not be published. Required fields are marked *