ପରିଣୀତି ଓ ସିଦ୍ଧାର୍ଥ ଷ୍ଟାରର୍ ‘ଜବରିଆ ଯୋଡ଼ି’ର ଟ୍ରେଲର୍ ଆଉଟ୍

ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଆଗାମୀ ଫିଲ୍ମ ‘ଜବରିଆ ଯୋଡ଼ି’ର ଟ୍ରେଲର୍ ରିଲିଜ୍ କରାଯାଇଛି । ୨.୫୮ ମିନିଟର ଏହି ଟ୍ରେଲର୍ ଅନୁଯାୟୀ ଫିଲ୍ମର କାହାଣୀ ବିହାରର ପୃଷ୍ଟିଭୂମି ଉପରେ ଆଧାରିତ ବୋଲି ସ୍ପଷ୍ଟ ହୋଇଛି । ଟ୍ରେଲରର ପ୍ରଥମରେ ଏକ ଡାଇଲଗ୍ ରହିଛି ଯେଉଁଥିରେ କୁହାଯାଉଛି – ‘ବିହାରରେ ୩ ପ୍ରକାର ଯୋଡ଼ି ହୋଇଥାଏ । ବାବୁ …ହିମ୍ମତ ବାଲୋଁ କି ଆରେଞ୍ଜ୍ ଯୋଡ଼ି, କିସମତ୍ ବାଲୋଁ କି ଲଭ୍ ଯୋଡ଼ି ଔର୍ ଦହେଜ୍ କେ ଲାଲଚିୟୋଁ କେ ଜବରିଆ ଯୋଡ଼ି’ । ଏହି ମଜାଦାର୍ ଭିଡିଓରେ ସିଦ୍ଧାର୍ଥ ଅଭୟ ସିଂଙ୍କ ଭୂମିକାରେ ଏବଂ ପରିଣୀତି ବବଲି ଯାଦବ ଭୂମିକାରେ ଅଛନ୍ତି । ଅଭୟ ସବୁ ବରମାନଙ୍କୁ କିଡନାପ୍ କରି ଜବରଦସ୍ତି ବିବାହ କରାଇଥାନ୍ତି ।

ପରିସ୍ଥିତି କ୍ରମେ ଅଭୟ ଓ ବବଲି ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୁଏ । କିନ୍ତୁ ଅଭୟ ବିଧାୟକ ହେବା ଆଶାରେ ବବଲିକୁ ବିବାହ କରିପାରନ୍ତି ନାହିଁ । କାହାଣୀରେ ଆଗକୁ କ’ଣ ସବୁ ଘଟେ, ତାହା ଫିଲ୍ମ ରିଲିଜ୍ ହେଲା ପରେ ହିଁ ଜଣାପଡ଼ିବ । ଟ୍ରେଲରରେ ଥିବା କମେଡ଼ି ସିନ୍ ଓ ମଜାଦାର୍ ଡାଇଲଗର ତଡ଼କା ସିନେପ୍ରେମୀଙ୍କୁ ଖୁବ୍ ଆକୃଷ୍ଟ କରିଛି । ଏହାର ମୁକ୍ତିଲାଭ ତାରିଖକୁ ଦର୍ଶକ ଅନେଇ ବସିଛନ୍ତି । ପ୍ରଶାନ୍ତ ସିଂଙ୍କ ନିର୍ଦ୍ଦେଶିତ ଏବଂ ବାଲାଜି ମୋସନ୍ ପିକଚର୍ସଙ୍କ ବ୍ୟାନର୍ ପକ୍ଷରୁ ପ୍ରଯୋଜିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୨ ତାରିଖରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *