ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କରୋନା ସଂକ୍ରମିତ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‍): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟିକା କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହାଦ୍ୱାରା ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟହାଉସର ତୃତୀୟ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ।

ଇଭାଙ୍କାଙ୍କ ବ୍ୟକ୍ତିଗତ ସହାୟିକା ଜଣଙ୍କ କିଛି ସପ୍ତାହ ହେଲା ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ । ସେ କାର୍ଯ୍ୟରେ ଯୋଗଦେବାକୁ ଆସିଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା ଓ ଏହା ପଜିଟିଭ ରହିଛି । ଇଭାଙ୍କା ଓ ତାଙ୍କ ସ୍ୱାମୀ ଜାରେଡ କୁସନର ନିଜର ସ୍ୱାବ ପରୀକ୍ଷା କରାଇଥିବାବେଳେ ଏହା ନେଗେଟିଭ ରହିଛି । ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ପ୍ରେସ ସଚିବ କେଟ ମିଲରଙ୍କ କରୋନା ସ୍ୱାବ ପଜିଟିଭ ରହିଥିଲା ।

ସେହିପରି ରାଷ୍ଟ୍ରପତି ଟ୍ରମ୍ପଙ୍କର ଜଣେ ବ୍ୟକ୍ତିଗତ ସହାୟକ କରୋନା ପଜିଟିଭ ରହିଛି । ଏହାକୁ ନେଇ ଟ୍ରମ୍ପ ନିଜର ସ୍ୱାବ ପରୀକ୍ଷା କରାଇଥିଲେ; ମାତ୍ର ଏହା ନେଗେଟିଭ ରହିଛି । କରୋନା ସଂକ୍ରମଣକୁ ନେଇ ହ୍ୱାଇଟ ହାଉସରେ କଡା ସତର୍କତା ଅବଲମ୍ବନ କରାଯାଉଛି । ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଶରୀରର ତାପମାତ୍ରା ନିୟମିତ ଯାଞ୍ଚ କରାଯାଉଛି । ହ୍ୱାଇଟହାଉସର ୱେଷ୍ଟ ୱିଙ୍ଗକୁ ନିୟମିତ ବିଶୋଧନ କରାଯାଉଛି ।

Leave a Reply

Your email address will not be published.