ଆଶା ଦେଲା ଇସ୍ରାଏଲ୍‌: #corona ଚିକିତ୍ସା ୧୦୦ ପ୍ରତିଶତ ସମ୍ଭବ

ଓଡ଼ିଶା ଟାଇମ୍‌ ବ୍ୟୁରୋ 

ସାରା ବିଶ୍ଵ କରୋନା ସହ ଲଢ଼ୁଥିବା ବେଳେ ଇସ୍ରାଏଲ୍‌ ସମ୍ଭାବନାର ଆଲୋକ ଦେଖାଇଛି। କୌଣସି ନିର୍ଦିଷ୍ଟ ଔଷଧ ତଥା ଚିକିତ୍ସା ପଦ୍ଧତ୍ତି ନାହିଁ ବୋଲି କହୁଥିବା ବିଶ୍ଵକୁ ଇସ୍ରାଏଲ୍‌ କହିଛି କରୋନା ରୋଗର ୧୦୦ ପ୍ରତିଶତ ଚିକିତ୍ସା ସମ୍ଭବ। ଏଥିପାଇଁ ଔଷଧ ବାହାର କରି ସାରିଛି ଏ ଦେଶ। ପୁଣି ବିଶ୍ଵର ବିଭିନ୍ନ ପ୍ରାନ୍ତରେ ଇସ୍ରାଏଲ୍‌ ଏହି ଚିକିତ୍ସା ପଦ୍ଧତ୍ତି ଓ ଓଷଧକୁ ବ୍ୟବହାର କରିବା ପାଇଁ ଆହ୍ବାନ ଦେଇଛି।

ଅତ୍ୟନ୍ତ ଜଟିଳ ଅବସ୍ଥାରେ ଥିବା ଆମେରିକାର କିଛି କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତ୍ତି ପ୍ରୟୋଗ କରାଯାଇ ସଫଳତା ମିଳିଛି ବୋଲି ଦାବି କରିଛି ଔଷଧ ନିର୍ମାତା ବାୟୋଟେକ୍‌ କମ୍ପାନୀ ପ୍ଲରିଷ୍ଟେମ୍‌ ଥେରାପ୍ୟୁଟିକ୍‌ ଆଇଏନ୍‌ସି। ଏହି କମ୍ପାନୀଟି ଇସ୍ରାଏଲ୍‌ ହାଇଫାଠାରେ ଅବସ୍ଥିତ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କରୋନାରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ୭ ଜଣଙ୍କ ଶରୀରରେ ଏହି ଔଷଧ ପ୍ରୟୋଗ କରାଯାଇଛି। ଏହି ରୋଗୀଙ୍କ ଶ୍ଵାସ ଓ ହାର୍ଟ ଓ କିଡ୍‌ନୀ ଅର୍ଗାନ୍‌ ସମସ୍ୟା ଦେଖା ଦେଇଛି। ଏମାନେ ଏହି ଔଷଧ ଦ୍ଵାରା ସୁସ୍ଥ ହୋଇଥିବା କମ୍ପାନୀ କହିଛି।

ଏହି ଚିକିତ୍ସାର ନାଁ ରହିଛି ପ୍ଲୁରିଷ୍ଟେମ୍‌ ଆଲୋଜେନିକ ପ୍ଲାସେଣ୍ଟାଲ୍‌ ଏକ୍ସପାଣ୍ଡେଡ୍‌ ( ପିଏଲ୍‌ଏକ୍ସ) ସେଲ୍) ଏହି ସେଲ୍‌ସବୁ କରୋନା ଭୁତାଣୁ ସଂକ୍ରମିତ ରୋଗୀଙ୍କ ଶରୀରରେ ଆପେ ଆପେ ବିକଶିତ ହୋଇ ପ୍ରତିରୋଧକ ଶକ୍ତିର ଅତ୍ୟଧିକ ସକ୍ରିୟତା ଯାହା ରୋଗୀଙ୍କୁ ମୃତ୍ୟୁ ହୋଇଥାଏ ତାହାକୁ ନିଷ୍କ୍ରିୟ କରିଥାଏ।

ଏହି ପ୍ରକାର ସେଲ୍‌ ଥେରାପି ଦ୍ଵାରା ପ୍ଲାସେଣ୍ଟା ବ୍ୟବହାର କରାଯାଇଥାଏ। ତାହା ଶରୀରରେ ଚିକିତ୍ସା ପ୍ରୋଟିନ୍‌ ବିକଶିତ କରାଇଥାଏ, ଯାହା ରୋଗୀଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇଥାଏ। ଏହି ପିଏଲ୍‌ଏକ୍ସ ଥେରାପି ଆମେରିକାରେ କୋଭିଡ୍‌ ୧୯ ଦ୍ଵାରା ପ୍ରଭାବିତ ଜଟିଳ ରୋଗୀଙ୍କୁ ଚିକିତ୍ସା କରାଯାଉଛି।

କମ୍ପାନୀର ସିଇଓ ୟାକି ୟାନେ କହିଛନ୍ତି ଯେ, ଏ ଚିକିତ୍ସାର ଟ୍ରାଏଲ୍‌ ଖୁବ୍‌ଶୀଘ୍ର ହେବ। ଏବଂ ଥରେ ଏହା ଆରମ୍ଭ ହୋଇଗଲେ ଆପ୍ରୁଭାଲ୍‌ ଶୀଘ୍ର ହୋଇପାରିବ। ଏହାଝଡ଼ା ଆମେ ଆବଶ୍ୟକ ପରିମାଣରେ ସେଲ୍‌ ତିଆରି କରିପାରିବୁ ବୋଲି  ସେ କହିଛନ୍ତି।

ଏହିଚିକିତ୍ସାରେ ଏକ ୧୫ ମିଲିଲିଟରର ସେଲ୍‌ ଡୋଜ୍‌ ପ୍ରସ୍ତୁତ କରାଯାଇ ରୋଗୀ ଶରୀରକୁ ପଠାଯାଇଥାଏ। ଏହାକୁ ପ୍ଲାସେଣ୍ଟାଲ୍‌ ଏକ୍ସପାଣ୍ଡେଡ୍‌ ସେଲ୍‌ କୁହାଯାଏ। ଏହାକୁ ମାଂସ ପେଶୀରେ ଇଂଜେକ୍ସନ୍‌ ଦ୍ଵାରା ଦିଆଯାଇଥାଏ। ଥରେ ଏହା ଶରୀର ଭିତରକୁ ଗଲେ ତାହା ସେଲ୍‌ ଗଠନର ଏକ ଫ୍ରାକ୍ଟଅୀ ହୋଇଥାଏ।
ସେ କହିଛନ୍ତି ଯେ, ଅଧିକାଂଶ ଔଷଧ ଅଧିକ ମାତ୍ରାରେ ସେବନ କରିବାକୁ ପଡ଼ିଥାଏ କିନ୍ତୁ ଏଠାରେ ଥରେ ଔଷଧ ଦେହକୁ ଗଲେ ତାହା ବହୁଗୁଣିତ ହୋଇଥାଏ। ଦେହ ଭିତରେ ଏହା ମନକୁ ମନ ତିଆରି ହୋଇଥାଏ।
ଏହି ସେଲ୍‌ ଦୁଇ ପ୍ରକାର ପ୍ରୋଟିନ୍‌ ନିର୍ଗତ କରିଥାଆନ୍ତି। ସେଥିରୁ ଗୋଟିଏ ଫଚସ୍‌ଫୁସ୍‌ ଫୁଲିବାକୁ ପ୍ରତିରୋଧ କରେ ଆଉ ଅନ୍ୟଟି ଆମର ପ୍ରତିରୋଧକ ଶକ୍ତିକୁ  ନିୟନ୍ତ୍ରଣ କରିଥାଲ।

 

Leave a Reply

Your email address will not be published. Required fields are marked *