ଇସ୍ରାଇଲର ଦାବି : କରୋନା ଟିକା ପ୍ରସ୍ତୁତ କରିଛୁ

  • ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନାଫାଟାଲି ବେନେଟଙ୍କ  ଦାବି: କରୋନା ଭୁତାଣୁ ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇଛି ଇସ୍ରାଏଲ୍‌
  • ଆଣ୍ଟିବଡି ପ୍ରସ୍ତୁତ କରିବାରେ ଅନୁସନ୍ଧାନ ପ୍ରତିଷ୍ଠାନ ବହୁତ ସଫଳତା ହାସଲ କରିଛି
  • କରୋନା ଟିକା ବିକାଶର ପର୍ଯ୍ୟାୟ ଶେଷ ହୋଇଛି, ଏବେ ଉତ୍ପାଦନ ପାଇଁ ପ୍ରସ୍ତୁତ
  •  ଏହି ଟିକା ମଣିଷ ଉପରେ ପରୀକ୍ଷା କରାଯାଇଛି କି ନାହିଁ ତାହା ଅସ୍ପଷ୍ଟ

ସ୍ରାଏଲର  ପ୍ରତିରକ୍ଷା ମନ୍ତ୍ରୀ ନାଫାଟାଲି ବେନେଟ କହିଛନ୍ତି ଯେ ତାଙ୍କ ଦେଶର ପ୍ରତିରକ୍ଷା ବାୟୋଲୋଜିକାଲ ଇନଷ୍ଟିଚ୍ୟୁଟ  କରୋନା ଭୁତାଣୁ ସଂକ୍ରମଣର ପ୍ରତିରୋଧ ଲାଗି ଆଣ୍ଟିବଡି ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛି ।  ଏପରିକି କରୋନା ଭୁତାଣୁକୁ ମୁକାବିଲା କରିବା ଲାଗି ଆବଶ୍ୟକ ଭ୍ୟାକ୍ସିନ୍‌ (ଟିକା)  ପ୍ରସ୍ତୁତ କରିଛି । ସେ କହିଛନ୍ତି ଯେ   କରୋନା ଭୁତାଣୁ ଟିକା ବିକାଶର ପର୍ଯ୍ୟାୟ ବର୍ତ୍ତମାନ ଶେଷ ହୋଇଛି ଏବଂ ଅନୁସନ୍ଧାନକାରୀମାନେ ଏହାର ପେଟେଣ୍ଟ ଏବଂ ବହୁ ଉତ୍ପାଦନ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଅତ୍ୟଧିକ ଗୁପ୍ତ ଇସ୍ରାଏଲ୍ ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ୍ ରିସର୍ଚ୍ଚ ପରିଦର୍ଶନ ପରେ ବେନେଟ୍ ଏହି ଘୋଷଣା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବାନୁସାରେ, ଏହି ଆଣ୍ଟିବଡି କରୋନା ଭାଇରସକୁ ମୋନୋକ୍ଲୋନାଲ ଢଙ୍ଗରେ ଆକ୍ରମଣ କରେ ଏବଂ ରୋଗୀମାନଙ୍କ ଶରୀର ଭିତରେ କରୋନା ଭାଇରସକୁ ବିନାଶ କରିଥାଏ।

ବିବୃତ୍ତିରେ କୁହାଯାଇଛି ଯେ କରୋନା ଜୀବାଣୁ ଟିକା ବିକାଶର ପର୍ଯ୍ୟାୟ ବର୍ତ୍ତମାନ ଶେଷ ହୋଇଛି । ପ୍ରତିରକ୍ଷା ପ୍ରତିଷ୍ଠାନ ବର୍ତ୍ତମାନ ଏହି ଟିକାକୁ ପେଟେଣ୍ଟ କରିବା ପ୍ରକ୍ରିୟାରେ ଅଛି । ପରବର୍ତ୍ତୀ ପର୍ଯ୍ୟାୟରେ, ଅନୁସନ୍ଧାନକାରୀମାନେ ବ୍ୟବସାୟିକ ଉତ୍ପାଦନ ପାଇଁ ଆନ୍ତର୍ଜାତୀୟ କମ୍ପାନୀଗୁଡିକ ସହିତ ଯୋଗାଯୋଗ କରିବେ । ଏହି ମହତ୍ ସଫଳତା ପାଇଁ ମୁଁ ଅନୁଷ୍ଠାନର କର୍ମଚାରୀଙ୍କ ପାଇଁ ଗର୍ବିତ ବୋଲି ବେନେଟ୍ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ବିବୃତ୍ତିରେ କିନ୍ତୁ ଏହି ଟିକା ମଣିଷ ଉପରେ ପରୀକ୍ଷା କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

କରୋନାରେ ସାରା ବିଶ୍ୱରେ ୨ ଲକ୍ଷ ୫୨ ହଜାର ୪୦୭ ଲୋକଙ୍କ ମୃତ୍ୟୁ  

ବେନେଟ୍ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଇସ୍ରାଏଲ୍ ବର୍ତ୍ତମାନ ନାଗରିକଙ୍କ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତିକୁ ପୁନଃ ଖୋଲିବା ପ୍ରକ୍ରିୟାକୁ ସନ୍ତୁଳିତ କରିବାକୁ ଚେଷ୍ଟା କରୁଛି । ଯଦି ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଦାବି ସତ୍ୟ, ତେବେ କରୋନା ଠାରୁ କ୍ରନ୍ଦନ କରୁଥିବା ବିଶ୍ୱ ପାଇଁ ଆଶାର କିରଣ ଖୋଲିବ। କରୋନା ଜୀବାଣୁ ବିଶ୍ୱରେ ୨୫୨୪୦୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩.୬ ମିଲିୟନରୁ ଅଧିକ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

କରୋନା ଜୀବାଣୁ ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱରେ ଟୀକା ଉତ୍ପାଦନ ଚାଲିଛି । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ମଣିଷ ଉପରେ ସବୁଠାରୁ ବଡ ପରୀକ୍ଷା କରୁଛି । ଅନ୍ୟପକ୍ଷରେ, ଚାଇନା ଏବଂ ଆମେରିକାରେ ମଣିଷ ଉପରେ କରୋନା ଟୀକା ଉପରେ ଏକ ବଡ଼ ଧରଣର ପରୀକ୍ଷା ଚାଲିଛି । ଅନେକ ଭାରତୀୟ କମ୍ପାନୀ ମଧ୍ୟ କରୋନା ଟୀକା ତିଆରିରେ ଜଡ଼ିତ ଅଛନ୍ତି ।

Leave a Reply

Your email address will not be published. Required fields are marked *