କରୋନା ସତର୍କ: ତିହାରରେ ସ୍ଵତନ୍ତ୍ର ୱାର୍ଡ

ନୂଆଦିଲ୍ଲୀ (ଓଟି): ବିଶ୍ଵ ମହାମାରୀ ଘୋଷିତ ମାରାତ୍ମକ କରୋନା (କୋବିଡ୍‌-୧୯) ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଏହି ଭାଇରସ୍‌ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୨କୁ ବଢ଼ିଥିବାବଳେ ସଂକ୍ରମିତ ସଂଖ୍ୟା ମଧ୍ୟ ୮୨ରେ ପହଞ୍ଚିଛି। ଫଳରେ କେନ୍ଦ୍ର ସରକାରଙ୍କ ସମେତ ଦିଲ୍ଲୀ ସରକାର ଅଧିକ ସତର୍କ ହୋଇପଡ଼ିଛନ୍ତି। ବିଭିନ୍ନ ସ୍ଥାନରେ ଲୋକଙ୍କୁ ଏକାଠି ନହେବାକୁ ସଚେତନତା କରାଯାଉଥିବାବଳେ ବନ୍ଦୀଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ତିହାର ଜେଲ୍‌ ପରିସରରେ ଏକ ସ୍ଵତନ୍ତ୍ର ଆଇସୋଲେସନ ୱାର୍ଡ ସ୍ଥାପନ କରାଯାଇଛି।

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ କରୋନା ସଂକ୍ରମଣ ପରଠାରୁ ରାଜଧାନୀରେ ୭ ଜଣ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଜଣେ ୬୯ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ପୂର୍ବରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ତେବେ ତିହାର ଜେଲରେ ଏପର୍ଯ୍ୟନ୍ତ କେହି କରୋନା ଚିହ୍ନଟ ହୋଇନାହାନ୍ତି। କିନ୍ତୁ ୧୭ ହଜାର ୫୦୦ ବନ୍ଦୀ ରହୁଥିବାରୁ ସ୍ଵତନ୍ତ୍ର ୱାର୍ଡ ପାଇଁ ପଦକ୍ଷେପ ନିଆଯାଇଛି। କେହି ବନ୍ଦିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଲେ ଉକ୍ତ ସ୍ଵତନ୍ତ୍ର ୱାର୍ଡରେ ୩ ଦିନ ପୃଥକ କରି ରଖାଯିବ ବୋଲି ଜେଲ  କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।  

Leave a Reply

Your email address will not be published. Required fields are marked *