ସୁଲେମାନୀ ସ୍ଥାନରେ ଇସମାଇଲ୍
ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାର ରକେଟ୍ ମାଡ଼ରେ ଟଳି ପଡ଼ିଥିବା ଇରାନ୍ କୁର୍ଦ ସେନାର ମେଜର ଜେନେରାଲ୍ କାସୀମ୍ ସୁଲେମାନୀର ସ୍ଥାନ ନେବେ ବ୍ରିଗେଡିୟର୍ ଜେନେରାଲ୍ ଇସମାଇଲ୍ କାନି` ସେ କୁଦ ସେନାର ନୂଆ କମାଣ୍ଡର ହେବେ। ଏନେଇ ଇରାନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୧୯୮୦ରୁ ୮୮ ଯାଏଁ ଇରାନ୍-ଇରାକ୍ ଯୁଦ୍ଧରେ ଦୃଢ ନେତୃତ୍ୱ ନେଇଥିଲେ କାନି।
ଆମେରିକାର ଆକ୍ରମଣକୁ ନିନ୍ଦା କରି ଇରାନ୍ ରାଷ୍ଟ୍ରମୁଖ୍ୟ ଆ୍ରାତୁଲ୍ଲା ଖାମେନୀ ସୁଲେମାନୀଙ୍କୁ ସହୀଦ ଆଖ୍ୟା ଦେଇଛନ୍ତି। ତାଙ୍କର ଅବଦାନ ରାଷ୍ଟ୍ର ପାଇଁ ଉଲ୍ଲେଖ ନୀୟ ବୋଲି କହିବା ସହ ଯେଉଁମାନେ ତାଙ୍କୁ ହତ୍ୟା କରିଛନ୍ତି ଏବଂ ଏହାର ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କ ବିପକ୍ଷରୁ କୁର୍ଦ ବାହିନୀ ଚୁପ୍ ରହିବ ନାହିଁ ବୋଲି କହିଛନ୍ତି।
ମଧ୍ୟ ପ୍ରାଚ୍ୟ ରାଷ୍ଟ ଇରାନ୍ର କୁର୍ଦ ବଳକୁ ଏକ ଶକ୍ତିଶାଳୀ ବାହିନୀ ଭାବେ ଗ୍ରହଣ କରାଯାଏ। ଆମେରିକା ନିଜର ସୁରକ୍ଷା ତଥା ବିଦେଶରେ ଥିବା ଆମେରିକୀୟଙ୍କ ନିରାପତ୍ତା ଦୃଷ୍ଟିରୁ ଏପରି ଏକ ଆକ୍ରମଣ ଯୋଜନା କରିଥିବା ନେଇ ସ୍ପଷ୍ଟ କରିଛି। ଭବିଷ୍ୟତର ପରିସ୍ଥିତି ଉପରେ ମଧ୍ୟ ନଜର ରଖିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦେଶରେ ଏହି ଆକ୍ରମଣ ହୋଇଛି।
ସୁଲେମାନୀ ଅଇରାକ୍ର ରାଜଧାନୀ ବାଗଦାଦ୍ ଆସିଥିବା ବେଳେ ତାଙ୍କ ଉପରେ ରକେଟ୍ ଆକ୍ରମଣ ହୋଇଥିଲା। ତାଙ୍କ ସହ ଆଉ ଆଠଜଣଙ୍କ ମୃତ୍ୟୁ ହୋଇଥିଲା।
(ଏସ୍ପି)