ବଲିଉଡର ନୂଆ ଯୋଡ଼ି ଅନନ୍ୟା-ଈଶାନ୍, ‘ଖାଲିପିଲି’ର ଫାଷ୍ଟଲୁକ୍ ରିଲିଜ୍

‘ସୁଲତାନ୍’, ‘ଟାଇଗର୍ ଜିନ୍ଦା ହେ’ ଓ ‘ଭାରତ’ ଭଳି ବ୍ଲକବଷ୍ଟର୍ ଫିଲ୍ମର ସଫଳ ନିର୍ଦ୍ଦେଶକ ଅଲ୍ଲୀ ଆବାସ୍ ଜଫର୍ ଆଗାମୀ ଦିନରେ ଫିଲ୍ମ ନିର୍ମାତା ଭାବେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି । ସେ ତାଙ୍କର ପ୍ରଥମ ଫିଲ୍ମ ପାଇଁ ଏକ ନୂଆ ଯୋଡ଼ିକୁ ବାଛିଛନ୍ତି । ସାହିଦ୍ କପରୁଙ୍କ ଭାଇ ଈଶାନ୍ ଖଟ୍ଟରଙ୍କୁ ଏହି ଫିଲ୍ମ ପାଇଁ ସାଇନ୍ କରାଯାଇଛି । ଈଶାନଙ୍କ ବିପକ୍ଷର ନାୟିକା ସାଜିବେ ଅନନ୍ୟା ପାଣ୍ଡେ । ମିଡିଆ ରିପୋର୍ଟ ଅନୁଯାୟୀ ‘ଖାଲିପିଲି’ ନାମକ ଏହି ଫିଲ୍ମର କାହାଣୀ ଏକ ୟଙ୍ଗ୍ ରୋମାଣ୍ଟିକ୍ କପୁଲଙ୍କ ଲଭଷ୍ଟୋରୀ ଉପରେ ଆଧାରିତ । ଏହାର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଆଜିର ଯୁବପିଢିଙ୍କ ମନକୁ ସୁହାଇଲା ଭଳି ଏକ କାହାଣୀ ପାଇଁ ଅଲ୍ଲୀ ଏକ ଫ୍ରେଶ୍ ଯୋଡ଼ିଙ୍କ ସନ୍ଧାନରେ ଥିଲେ । ଈଶାନ୍ ଓ ଅନନ୍ୟା ନିଜ ନିଜର ଡେବ୍ୟୁ ଫିଲ୍ମରେ ହିଁ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲେ । ତେଣୁ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ପରେ ଅଲ୍ଲୀ ଏହି ଦୁଇ ତାରକାଙ୍କୁ ନିଜ ଫିଲ୍ମ ପାଇଁ ସାଇନ୍ କରିଛନ୍ତି ।

ଫିଲ୍ମ ସମ୍ପର୍କରେ ଅଲ୍ଲୀ କହିଛନ୍ତି ଯେ – ‘ନିର୍ଦ୍ଦେଶକରୁ ନିର୍ମାତା ହେବା ମୋ ପାଇଁ ଏକ ନୂଆ ଅନୁଭବ । ମୁଁ ଜଣେ ଲେଖକ ମଧ୍ୟ । ତେଣୁ ଫିଲ୍ମର କାହାଣୀରେ ମୋର କିଛି ସହଯୋଗ ରହିଛି । ଏହି କାହାଣୀ ଦର୍ଶକ୍ଙ୍କୁ ପସନ୍ଦ ହେବ ବୋଲି ମୋର ବିଶ୍ୱାସ’ । ଆସନ୍ତା ସେପ୍ଟେମ୍ବର ୧୧ରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ଜୁନ୍ ୧୨ ତାରିଖରେ ଏହାକୁ ରିଲିଜ୍ କରିବାର ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *