ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଇଶା, ଝିଅ ରାଧ୍ୟାଙ୍କ ସହ ଡ୍ୟାନ୍ସ ଭିଡିଓ ଭାଇରାଲ୍

ଡ୍ରିମଗାର୍ଲ ହେମାମାଳିନୀଙ୍କ ଝିଅ ଇଶା ଦେଓଲ୍ ଖୁବ୍ କମ୍ ଫିଲ୍ମରେ ନଜର ଆସିଥିଲେ ମଧ୍ୟ ସୋସିଆଲ୍ ମିଡିଆରେ ତାଙ୍କର ଅଗଣିତ ପ୍ରଶଂସକ ଓ ଫଲୋର୍ସ ଅଛନ୍ତି । ମା’ଙ୍କ ଭଳି ଇଶା ଜଣେ ପ୍ରବୀଣା ନୃତ୍ୟାଙ୍ଗନା । ସେ ଓଡ଼ିଶୀ ନୃତ୍ୟରେ ପାରଙ୍ଗମତା ହାସଲ କରିଛନ୍ତି । ତେଣୁ ବଲିଉଡରୁ ଦୂରେଇ ଯାଇଥିଲେ ମଧ୍ୟ ସେ ସବୁବେଳେ ଲାଇମଲାଇଟର ଚର୍ଚ୍ଚାରେ ରହିଥାନ୍ତି । ଏବେ ଇଶାଙ୍କୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳିଛି । ଇଶା ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି ।

ଖବର କେବଳ ଏତିକି ନୁହେଁ, ଏମିତି ସମୟରେ ସେ ନିଜ ଝିଅ ରାଧ୍ୟାଙ୍କ ସହିତ ଏକ ଷ୍ଟେଜ୍ ଶୋ’ରେ ଡ୍ୟାନ୍ସ କରୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଡ୍ୟାନ୍ସ ଶୋ’ରେ ଇଶା ଗ୍ରୀନ୍ ଓ ରେଡ୍ କମ୍ବିନେସନ୍ କରି ଲାୱଣି ଷ୍ଟାଇଲରେ ଶାଢୀ ପିନ୍ଧିଛନ୍ତି । ଏହାର ଅବିକଳ ଡ୍ରେସ୍ ପିନ୍ଧିଛନ୍ତି ୧ ବର୍ଷର ଝିଅ ରାଧ୍ୟା । ଇଶା ରାଧ୍ୟାଙ୍କୁ ଧରି ଷ୍ଟେଜରେ ଡ୍ୟାନ୍ସ ପରଫରମାନ୍ସ ଦେଇଛନ୍ତି । ୧ ବର୍ଷର ରାଧ୍ୟା ଲାୱଣି ଲୁକରେ ଖୁବ୍ କ୍ୟୁଟ୍ ଲାଗୁଛନ୍ତି । ଇଶା ଓ ରାଧ୍ୟାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ପ୍ରଶଂସକଙ୍କ ପକ୍ଷରୁ ଏହାକୁ ଅନେକ ଲାଇକ୍ ଓ ସେୟାର୍ କରାଯାଉଛି ।

Leave a Reply

Your email address will not be published.