ଆୟୁଶ ଶର୍ମାଙ୍କ ଫିଲ୍ମରେ ଇଶାବେଲ୍

ବି ଟାଉନର ବାର୍ବିଡଲ୍ କାଟ୍ରିନାଙ୍କ ଭଊଣୀ ଇଶବେଲ୍ ବଲିଉଡ୍ ଏଣ୍ଟ୍ରୀ କରିବେ ବୋଲି ଅନେକ ଦିନରୁ ଖବର ଆସୁଛି । କିନ୍ତୁ ଇଶାବେଲଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ନିଜ କ୍ୟାରିୟରରେ ସଫଳତା ପାଇଁ ଇଶା ଅନେକ କିଛି ପୂର୍ବ ପସ୍ତୁତି କରୁଛନ୍ତି । ଆଗାମୀ ଦିନରେ ଇଶାଙ୍କୁ ସଲମାନଙ୍କ ଭିଣୋଇ ଆୟୁଶ ଶର୍ମାଙ୍କ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । କରଣ ଲଲିତ୍ ଭୁଟାନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆୟୁଶଙ୍କ ବିପକ୍ଷର ନାୟିକା ଭାବେ ଇଶା ନଜର ଆସିବେ । ଭାରତୀୟ ଜବାନମାନଙ୍କ ବିରତ୍ୱର କାହାଣୀ ଆଧାରରେ ଫିଲ୍ମଟିକୁ ପ୍ରସ୍ତୁତ କରାଯିବ । ଏଥିରେ ଇଶା କେଉଁ ଭୂମିକାରେ ପରଦା ଉପରକୁ ଆସିବେ, ସେ ସମ୍ପର୍କରେ କୌଣସି ଖବର ଜଣାପଡ଼ିନାହିଁ ।

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ ମାଧ୍ୟମରେ ଇଶାଙ୍କ ବଲିଉଡ୍ ଏଣ୍ଟ୍ରୀକୁ କନଫର୍ମ କରିବା ସହ କହିଛନ୍ତି ଯେ ସୁନିଲ୍ ଜୈନ୍, ଓମପ୍ରକାଶ ଭଟ୍ଟ, ଆଦିତ୍ୟ ଯୋଶୀ, ଆଲୋକ ଠାକୁର ଓ ସୁଜୟ ଶଙ୍କରବର ଏହି ଫିଲ୍ମର ପ୍ରଯୋଜକ ଭାବେ ଅଛନ୍ତି । ଏହି ଆକ୍ସନ୍ ଧର୍ମି ଫିଲ୍ମର ସୁଟିଂ ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *