ମୃତ୍ୟୁ ସହିତ ଲଢି ଭାରତ ଫେରିଲେ ଇରଫାନ୍, ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ
ବି ଟାଉନ୍ର ଦକ୍ଷ ଅଭିନେତା ଇରଫାନ୍ ଅନେକ ଦିନରୁ ବିଦେଶରେ ଚିକିତ୍ସାଧିନ ଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଭାରତ ଫେରି ଆସିଛନ୍ତି । ଭାରତ ଆସିବା ପରେ ଇରଫାନଙ୍କ ଆସିବା ବାଟକୁ ଅନାଇ ବସିଥିବା ପ୍ରଶଂସକ ଓ ଶୁଭାକାଂକ୍ଷୀଙ୍କ ପାଇଁ ସେ ଏକ ଇମୋସନାଲ୍ ମେସେଜ୍ ସୋସିଆଲ୍ ମିଡିଆରେ ସେୟାର୍ କରିବା ସହିତ ସମସ୍ତଙ୍କ ଅଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଇରଫାନ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି – ‘ବିଜୟଲାଭର ଜିଦ୍ ପାଖରେ ଭଲ ପାଇବାର ଗୁରୁତ୍ୱକୁ ଆମେ ସମସ୍ତେ ଭୁଲି ଯାଇଥାଉ । କିନ୍ତୁ କ୍ଷତି ହେବା ପରେ ସେସବୁ ମନେ ପଡ଼େ । ମୋତେ ଭଲ ପାଉଥିବା ସମସ୍ତ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ଆଶୀର୍ବାଦ ପାଇଁ ଅନେକ ଧନ୍ୟବାଦ’ । ଇରଫାନଙ୍କ ଠାରୁ ଏଭଳି ମେସେଜ୍ ପାଇବା ପରେ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି ଏବଂ ତାଙ୍କ ପ୍ରିୟ ଅଭିନେତାଙ୍କୁ ପୁଣିଥରେ ପରଦା ଉପରେ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଚର୍ଚ୍ଚା ହେଉଛି ଯେ ‘ହିନ୍ଦୀ ମିଡିୟମ୍’ର ସିକ୍ୱେଲର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ଏବଂ ଏଥିରେ ଇରଫାନ୍ ମୁଖ୍ୟ ଭୂମିକାରେ ନଜର ଆସିବେ ।