କୋଲାଇଟିସ୍‌ ସଂକ୍ରମଣ ହେତୁ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ପରଲୋକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରସିଦ୍ଧ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୩ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା କୋଲାଇଟାଲ୍‌ ସଂକ୍ରମଣରେ ପୀଡ଼ିତ ଥିଲେ। ଏହା କ୍ୟାନ୍‌ସରରେ ପରିଣତ ହୋଇଥିଲା। ୨୦୧୮ ମସିହାରୁ ତାଙ୍କୁ କ୍ୟାନ୍ସର ହୋଇଥିବା ଇର୍‌ଫାନ୍‌ଙ୍କ ମୁଖପାତ୍ର କହିଛନ୍ତି। ଇର୍‌ଫାନ୍‌ଙ୍କ ପତ୍ନୀ ସୁତାପା ଏବଂ ଦୁଇ ପୁଅ ବାବିଲ୍‌ ଓ ଆୟନ୍‌ ଏହି ଘଟଣାରେ ମର୍ମାହତ ହୋଇଛନ୍ତି।

ଇର୍‌ଫାନ୍‌ଙ୍କ ଶେଷ ଫିଲ୍ମ ଥିଲା ‘ଅଂରେଜୀ ମିଡିୟମ୍’। କିନ୍ତୁ ରିଲିଜ୍‌ ପୂର୍ବରୁ ଜାରି ହୋଇଥିବା ଲକ୍‌ଡାଉନ୍‌ କଟକଣା ଫିଲ୍ମର ରିଲିଜ୍‌କୁ ଅଟକାଇଥିଲା। ପରେ ଏହା ଓଟତଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହୋଇଥିଲା।

ଇରଫାନ୍‌ ଦର୍ଶକଙ୍କୁ ଅନେକ ଉପହାର ଦେଇଛନ୍ତ। ଏଥିରେ ମକ୍‌ବୁଲ୍‌ ଏବଂ ପିକୁ ଭଳି ଫିଲ୍ମ ଅନ୍ୟତମ। ‘ପାନ୍‌ ସିଂ ତୋମାର’ ଫିଲ୍ମ ପାଇଁ ଇର୍‌ଫାନ୍‌ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଥିଲେ। ଏହାଛଡ଼ା ସ୍ଲମ୍‌ଡଗ୍‌ ମିଲିଓନେୟାର‘ଇନ୍‌ଫର୍ନୋ’ ଏବଂ ’ଲାଇଫ୍‌ ଅଫ ପାଇ’ ଫିଲ୍ମ ପାଇଁ ସେ ଆନ୍ତର୍ଜାତୀୟ ସ୍ଵିକୃତୀ ଲାଭ କରିଥିଲେ।

 

Leave a Reply

Your email address will not be published.