ଦିଲ୍ଲୀ ନିଆଁ: ସିପି ନୂଆଁ

ନୂଆଦିଲ୍ଲୀ(ଓଟି): ଦିଲ୍ଲୀ ପାଇଁ କେଜ୍ରିୱାଲ୍‌ ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସିଏଏ ବିରୋଧରେ ବ୍ୟାପକ ହିଂସା ଓ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଓ ବିବାଦ ଥମୁନାହିଁ। ଏଭଳି ପରିସ୍ଥିତିରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କାଠିକାର ପାଠ ହୋଇପଡ଼ିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଟାମୋଟି ଭାବେ ପୁଲିସ୍‌ର କାର୍ଯ୍ୟରେ ଅସନ୍ତୁଷ୍ଟି ପ୍ରକାଶ କରିଥିବାବେଳେ ସେନା ମୁତୟନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଇତିମଧ୍ୟରେ ଦିଲ୍ଲୀ ପୁଲିସ୍‌ ମୁଖିଆଙ୍କ ପରିବର୍ତ୍ତନ ହୋଇଯାଇଛି। ଓଡ଼ିଆ ଅଫିସର୍‌ ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଦାୟିତ୍ଵ ଏସ୍‌ଏନ୍‌ ଶ୍ରୀବାସ୍ତବଙ୍କୁ ନ୍ୟସ୍ତ କରାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଆଇପିଏସ୍‌ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ନୂଆ ପୁଲିସ କମିସନର୍‌ (ସିପି) ଭାବେ ନିଯୁକ୍ତି ଘୋଷଣା କରାଯିବା ପରେ ପରିସ୍ଥିତିରେ କଣ ସୁଧାର ଆସୁଛି ସେନେଇ ସାଧାରଣରେ ଆଲୋଚନା ଆରମ୍ଭ ହୋଇଯାଇଛି। କାରଣ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ତାଙ୍କୁ ସ୍ୱତନ୍ତ୍ର ପୁଲିସ କମିସନର୍‌ ଭାବେ ଦାୟିତ୍ଵ ଦିଆଯାଇଥିଲା। ସେ ପୂର୍ବରୁ ଜାମ୍ମୁ-କଶ୍ମୀରରେ ସିଆରପିଏଫରେ ନିଯୁକ୍ତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଆସନ୍ତା ୨୯ ଅବସର ନେବାକୁ ଯାଉଛନ୍ତି। 

Leave a Reply

Your email address will not be published.