ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ୨୦୧୯
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜୁନ୍ ୨୧ରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହେବାକୁ ଯାଉଛି । ଭାରତ ସହିତ ୧୭୭ଟି ଦେଶରେ ଏହି ଯୋଗ ଦିବସକୁ ସେଲିବ୍ରେଟ୍ କରାଯାଏ । ଚଳିତବର୍ଷ ୫ମ ଯୋଗ ଦିବସ ପାଳନ କରାଯିବ । ଗତବର୍ଷ ଏହାର ଥିମ୍ ରହିଥିଲା – ‘ଯୋଗ ଫର୍ ହେଲଥ୍’ । କିନ୍ତୁ ଏଥରର ଥିମ୍ ରହିଛି – ‘ଯୋଗ ଫର୍ ହାର୍ଟ’ । ସୁସ୍ଥ ହୃତପିଣ୍ଡ୍ ଓ ହୃଦରୋଗ ସମ୍ବନ୍ଧୀୟ ପ୍ରତ୍ୟେକ ଦିଗ ଉପରେ ଏହା ଆଲୋକପାତ କରିବା ଏବଂ ଏ ସମ୍ପର୍କରେ ଜନ ଜାଗରଣ ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ।
ଯୋଗ ଦିବସକୁ ପାଳନ କରିବା ପାଇଁ ଲୋକମାନଙ୍କ ମନରେ ଏକ ନିଆରା ଉତ୍ସାହ ରହିଥାଏ ଏବଂ ଯୋଗର ମହତ୍ୱ ଓ ଗୁରୁତ୍ୱକୁ ସମସ୍ତେ ଉପଲବ୍ôଧ କରିଥାନ୍ତି । ଯୋଗ ଦ୍ୱାରା କେବଳ ଶରୀର ନୁହେଁ ମନର ଶାନ୍ତି ମଧ୍ୟ ମିଳିଥାଏ । ୫୦୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଯୋଗ ଆଜିର ସମୟରେ ମଧ୍ୟ ଚିକିତ୍ସା କ୍ଷେତ୍ରରେ ତା’ର ଶ୍ରେଷ୍ଠତା ବଜାୟ ରଖିପାରିଛି । ପ୍ରଥମ ଯୋଗ ଦିବସରେ ୧୯୨ଟି ଦେଶରେ ଏହାର ଆୟୋଜନ କରାଯାଇଥିଲା ଏବଂ ସେହି ତାଲିକାରେ ୪୨ଟି ମୁସଲିମ୍ ଦେଶ ସାମିଲ୍ ହୋଇଥିଲେ ।