କମିବ ପିଏଫ୍ ସୁଧହାର!
ନୂଆଦିଲ୍ଲୀ (ଓଟି): ବେତନଭୋଗୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। କେନ୍ଦ୍ର ସରକାର ସେଭଳି ଏକ ଯୋଜନା ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ଆର୍ଥିକ ବର୍ଷ ୨୦୨୦ ପାଇଁ ପିଏଫ୍ ଉପରେ ସୁଧହାରରେ ହ୍ରାସ କରିବା ଲାଗି ବିଚାର କରୁଛନ୍ତି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ ନିବେଶ ଉପରେ କମ୍ ରିଟର୍ଣ୍ଣ ମିଳିବା କାରଣରୁ ଇପିଏଫ୍ଓ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପିଏଫ୍ ଜମା ଉପରେ ମିଳୁଥିବା ସୁଧହାରକୁ ୧୫ ବେସିସ୍ ପଏଣ୍ଟ ହ୍ରାସ କରି ୮.୫% କରିବା ଲାଗି ବିଚାର କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ପିଏଫ୍ ଜମା ଉପରେ ସୁଧହାର ୮.୬୫% ରହିଥିଲା।