ଅନିର୍ଦ୍ଦିଷ୍ଟ ଦିନ ପାଇଁ ବନ୍ଦ ହେଲା ‘ଇନସାଆଲ୍ଲା’ର ସୁଟିଂ

ଦବଙ୍ଗ ଭାଇଜାନ୍ ଓ ଚୁଲବୁଲି ଆଲିଆଙ୍କ ଆଗାମୀ ଫିଲ୍ମ ‘ଇନସାଆଲ୍ଲା’ର ସୁଟିଂ ଅନିର୍ଦ୍ଦିଷ୍ଟ ଦିନ ପାଇଁ ବନ୍ଦ ହୋଇଯାଇଥିବା ଖବର ଆସିଛି । ଏହାର କାରଣ ପଛରେ ରହିଛି କ୍ରିଏଟିଭ୍ ଡିଫେରେନ୍ସ । ଫିଲ୍ମର ସୁଟିଂ ଆଗେଇ ଚାଲିଛି ବୋଲି ରବିବାର ଦିନ ସଲମାନ୍ ଟ୍ୱିଟ୍ କରିଥିଲେ । କିନ୍ତୁ ସୋମବାର ଦିନ ବନସାଲିଙ୍କ ଟ୍ୱିଟ୍ ଅନୁଯାୟୀ ଫିଲ୍ମଟି ବନ୍ଦ ହେଲା ବୋଲି ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି ଆଲିଆଙ୍କୁ ନେଇ ଫିଲ୍ମର ଏକ ଗୀତର ସୁଟିଂ ସରିଯାଇଛି ।

ମିଡିଆ ସୂଚନା ଅନୁଯାୟୀ ସଲମାନ୍ ଲଭଷ୍ଟୋରୀରେ ପରିବର୍ତ୍ତନ ଚାହୁଁଥିଲେ, ଯାହାକି ବନସାଲିଙ୍କୁ ପସନ୍ଦ ଆସିନଥିଲା । ଫିଲ୍ମରେ ନିଜର ନିଆରା ଚିନ୍ତାଧାରାକୁ ନେଇ ସୁଟିଂ କରିବାରେ ସଲମାନଙ୍କ ନାଁ ଥିବାବେଳେ ନିଜର କ୍ରିଏଟିଭିଟିକୁ ନେଇ ଫିଲ୍ମର ନିର୍ଦ୍ଦେଶନା ଦେବା କ୍ଷେତ୍ରରେ ବନସାଲି ସୁପରିଚିତ । ତେଣୁ ତାରକାଦ୍ୱୟଙ୍କ ମଧ୍ୟରେ ଥିବା କ୍ରିଏଟିଭ୍ ଡିଫେରେନ୍ସ ପାଇଁ ଫିଲ୍ମଟିର ସୁଟିଂ ଅଟକି ଯାଇଛି । ତେଣୁ ଆସନ୍ତା ବର୍ଷ ଇଦରେ ଏହା ମୁକ୍ତିଲାଭ କରିବ ନାହିଁ । ଏହାର ଫାଇଦା ମିଳିବ ଖିଲାଡ଼ି କୁମାର ଅକ୍ଷୟଙ୍କୁ । କାରଣ ଆଗାମୀ ଇଦ୍ ପାଇଁ ଅକିଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ରିଲିଜ୍ ଡେଟ୍ କନଫର୍ମ କରାଯାଇଛି । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କିୟାରା ଆଡଭାନି ଅକିଙ୍କ ଅନସ୍କ୍ରିନ୍ ନାୟିକା ଭାବେ ପରଦା ଉପରକୁ ଆସିବେ ।

Leave a Reply

Your email address will not be published. Required fields are marked *