ପ୍ରଦୂଷଣରୁ ମୁକ୍ତି ଦେବ ଏହି ୫ଟି ଇନଡୋର୍ ପ୍ଲାଣ୍ଟ୍
ଧୀରେ ଧୀରେ ଆମ ପରିବେଶ ପ୍ରଦୁଷିତ ହେବାରେ ଲାଗିଛି । ସବୁଠାରୁ ପ୍ରଦୂଷିତ ସହର ଭାବେ ଦିଲ୍ଲୀର ପରିସ୍ଥିତି ଏବେ କାହାକୁ ଅଛପା ନାହିଁ । ସେଠାରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଶିଶୁ, ବୃଦ୍ଧ, ଆସ୍ଥମା, କିଡନୀ ଓ ହୃଦରୋଗୀଙ୍କୁ ଅଧିକ ସମସ୍ୟା ଭୋଗ କରିବାକୁ ପଡ଼ିଛି । କେବଳ ଦିଲ୍ଲୀ କାହିଁକି ଏଭଳି ଅନେକ ବଡ଼ବଡ଼ ସହର ରହିଛି, ଯେଉଁଠି ବାୟୁ ପ୍ରଦୂଷଣ ଏବେ ମୁଖ୍ୟ ସମସ୍ୟା । ଏହି ସମସ୍ୟାର ସମାଧାନ କରିବା ସହିତ ନିଜକୁ ଓ ପରିବାରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ବେଶ୍ ସହାୟକ ହେବ ୫ଟି ଇନଡୋର୍ ପ୍ଲାଣ୍ଟ୍ । ଏହା ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଅମ୍ଲଜାନ ପ୍ରଦାନ କରିବ ।
ତେବେ ଆସନ୍ତୁ ଜାଣିବା ସେହି ୫ଟି ଇନଡୋର୍ ପ୍ଲାଣ୍ଟ୍ କ’ଣ –
୧- ଅନେକ ଗବେଶଣା ପରେ ଜଣାପଡିଛି ଯେ ସ୍ପାଇଡର ପ୍ଲାଣ୍ଟ୍ ବାୟୁମଣ୍ଡଳରୁ ଫାର୍ମାଲ୍ଡିହାଇଡ୍ ନାମକ ବିଶାକ୍ତ ପଦାର୍ଥ, ଏମୋନିଆ ଓ ବେଂଜିନ ପରି କ୍ଷତିକାରକ ପଦାର୍ଥକୁ ସଫା କରି ବାୟୁ ମଣ୍ଡଳକୁ ବିଶୁଦ୍ଧ କରେ ।
୨- ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରୁଥିବା ଏରେକା ପାମ୍ ବାୟୁମଣ୍ଡଳରୁ ବିଶାକ୍ତ ପଦାର୍ଥକୁ ନଷ୍ଟ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ । ଏହି ପ୍ଲାଣ୍ଟ୍ ବାୟୁ ମଣ୍ଡଳରୁ କାର୍ବନଡାଇଅକ୍ସାଇଡ,ଫାର୍ମଲାଡେହାଇଡ,ଜାଇଲିନ୍ ଓ ଟୋଲ୍ୟୁନି ପରି କ୍ଷତିକାରକ ପଦାର୍ଥକୁ ବାୟୁମଣ୍ଡଳରୁ ଶୋଷଣ କରି ନିଏ ।
୩- ସ୍ନେକ୍ ପ୍ଲାଣ୍ଟ୍ ବାୟୁ ମଣ୍ଡଳରେ ରହିଥିବା ଟକ୍ସିନ ଯଥା- ଫାର୍ମଲାଡେହାଇଡ, ଟେଲିୟୁନି ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ପରି କ୍ଷତିକାରକ ପଦାର୍ଥକୁ ଦୂର କରି ବିଶୁୁଦ୍ଧ ଅମ୍ଳଜାନ ଦିଏ ।
୪- ଇନଡୋର୍ ପ୍ଲାଣ୍ଟ୍ ମଧ୍ୟରୁ ସବୁଠାରୁ ସୁନ୍ଦର ହେଉଛି ପିସ୍ ଲିଲି । ଏହା କାର୍ବନ ମନୋଅକ୍ସାଇଡ୍, ଡଫାର୍ମଲ୍ଡେହାଇଡ ଓ ବେଂଜିନ ପରି ବିଷାକ୍ତ ଗ୍ୟାସକୁ ନଷ୍ଠ କରି ଘର ଭିତରେ ଅମ୍ଲଜାନ ସ୍ତରକୁ ବଢ଼ାଇଥାଏ ।
୫- ବାସ୍ତୁ ଦୋଷ ଦୂର କରିବା ସହିତ ଅମ୍ଲଜାନ ଯୋଗାଇବାରେ ମନିପ୍ଲାଣ୍ଟ୍ ଅତୁଳନୀୟ । ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଘରେ କିମ୍ବା ଅଫିସରେ ଥିବା ମନିପ୍ଲାଣ୍ଟ୍ ବାୟୁମଣ୍ଡଳରୁ ଟୋଲୟୁନି, ବେଜିଂନ, ଫାର୍ମଲାଡେହାଇଡ, ଟ୍ରାଇକ୍ଲୋ ରୋଇଥିଲିନ୍ ଓ ଜାଇଲିନ୍ ଭଳି କ୍ଷତିକାରକ ରାସାୟନିକ ପଦାର୍ଥକୁ ଶୋଷଣ କରିବାରେ ସକ୍ଷମ ।