ଭାରତରେ ପ୍ରତି ୧୨ ଦିନରେ ଦ୍ଵିଗୁଣିତ ହେଉଛି କରୋନା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ପ୍ରତି ୧୨ ଦିନରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ଵିଗୁଣିତ ହେଉଛି। ଗଲା ୧୪ ଦିନତଳେ ପ୍ରତି ୧୦.୫ ଦିନରେ ରୋଗୀଙ୍କ ସଂଖ୍ୟା ଦୁଇଗୁଣିତ ହେଉଥିଲା। ଏହା ସ୍ଥିତିକୁ ଉଜ୍ଜଳ ଆଡ଼କୁ ମୁହାଁଉଛି ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି।  ସେହିପରି ଆମ ଦେଶରେ ମୃତ୍ୟୁ ହାର ୩.୨ ପ୍ରତିଶତ ରହିଛି। ଏହା ବିଶ୍ଵରେ ସର୍ବନିମ୍ନ ବୋଲି ସେ ସୂଚନା ଦେଇଛନ୍ତି।

ଏବେ ଆମ ଦେଶରେ ୧୦ ହଜାର କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯେଉଁମାନେ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସା ହେଉଛନ୍ତି ସେମାନେ ସୁସ୍ଥ ହେବା ରାସ୍ତାରେ ଅଛନ୍ତି। ପୁଣି ଗଲା ୧୪ ଦିନ ତଳେ ଦେଶରେ ରୋଗୀଙ୍କ ଦ୍ଵିଗୁଣିତ ( ଡବଲିଂ ରେଟ୍‌) ହାର ୧୦.୫ ଦିନ ଥିବା ବେଳେ ଏବେ ତାହା ୧୨ ଦିନ ହୋଇଛି। ଲେଡି ହାର୍ଡିଙ୍ଗେ ହସ୍‌ପିଟାଲ୍‌ ପରିଦର୍ଶନରେ ଆସିବ ଅବସରରେ ସ୍ଵାସ୍ଥ୍ୟମନ୍ତ୍ରୀ ଏଏନ୍‌ଆଇକୁ ଏହା କହିଛନ୍ତି।

ଗଲା ୨୪ ଘଣ୍ଟା ଭିତରେ ଦେଶରେ ୨୬୪୪ ଜଣ କୋଭିଡ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେଥିରୁ ୮୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ଭାରତରେ ସମୁଦାୟ ୩୮୯୮୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ ୧୩୦୧ ଜଣଙ୍କ ମୃତ୍ୟୁ ହୋଇଛି।

ଏବେ ଦେଶର ବିଭିନ୍ନ ହସ୍‌ପିଟାଲ୍‌ରେ ୨୮୦୪୬ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୦ ୬୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.