#corona: ଭାରତରେ ପାଖାପାଖି ୫୦୦ #covid19 ପ୍ରଭାବିତ
ଭୁବନେଶ୍ଵର, (ଓଟି): ମଙ୍ଗଳବାର ସକାଳୁ ସ୍ଵାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଭାରତରେ କୋଭିଡ୍୧୯ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୦୦ରେ ପହଞ୍ଚିଛି। ଏହି ସଂଖ୍ୟା ଏବେ ୪୯୨ ରହିଛି। ଯେଉଁଥିରେ ୪୧ଜଣ ବିଦେଶୀ ନାଗରିକ ସାମିଲ୍। ଏଥିରୁ ୩୬ ଜଣ ଆରୋଗ୍ୟ ହୋଇ ଫେରିଛନ୍ତି। ଆଉଜଣେ କରୋନା ପ୍ରଭାବିତଙ୍କୁ ଏଯାଏ ପ୍ରଶାସନ ଠାବ କରିପାରୁ ନାହିଁ।
ଆଜି ସକାଳେ ୨୨ଟି ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହି ଅନୁସାରେ ଏବେ ପ୍ରଭାବିତକଙ୍କ ସଂଖ୍ୟା ୪୪୬ ରହିଛି।
ଯେହେତୁ ଏହି ଭୁତାଣୁର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି କେନ୍ଦ୍ର ସରକାର ସାରା ଦେଶରେ ଲକ୍ଡାଉନ୍ ବା ତାଲାବନ୍ଦୀ ଘୋଷଣା କରିଛନ୍ତି। ପଞ୍ଜାବ, ଦିଲ୍ଲୀ ପରି ରାଜ୍ୟରେ କର୍ଫ୍ୟୁ ଜାରି କରାଯାଇଛି। କୌଣସି ସ୍ଥାନରେ ଅତ୍ୟଧିକ ଲୋକଙ୍କ ସମାଗମ ଉପରେ ରୋକ୍ ଲଗାଯାଇଛି। ମାର୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ସଡ଼କ, ରେଳ ଏବଂ ଆକାଶପଥରେ ଗମନାଗମନ ବନ୍ଦ କରାଯାଇଛି।