ଟ୍ରେନ୍‌ ହେଲ୍ପଲାଇନ୍‌ ୧୩୯ ଆରମ୍ଭ : ସବୁ ସୂଚନା ଗୋଟିଏ ନମ୍ବରରେ

ଭୁବନେଶ୍ବର, (ଓଟି): ଭାରତୀୟ ରେଳବାଇ ଏକକ ସହାୟକ ନମ୍ବର ଜାରି କରିଛନ୍ତି। ଅର୍ଥାତ୍‌ ଟ୍ରେନ୍‌ ଭିତରେ ଥାୖାନ୍ତୁ କି ବାହାରେ ଯେକୌଣସି ଟେଅନ୍‌ ସମ୍ବନ୍ଧୀୟ ସୂଚନା ପାଇଁ ଏଣିକି ଭିନ୍ନ ଭିନ୍ନ ନମ୍ବର ନୁହେଁ ବରଂ ‘୧୩୯’କୁ ଡାଏଲ୍‌ କରିବରକୁ ହେବ। ରେଳବାଇ ପକ୍ଷରୁ ଗୁରୁବାଦିନ ଏହି ଘୋଷଣା କରାଟାଇଛି। ଏହି ଅବସରରେ କୁହାଯାଇଛି , ‘ ଏଣିକି ଟ୍ରେନ ଯାତ୍ରା ବେଳେ ସୂଚନା ଠାରୁ ସୁରକ୍ଷା ପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର  139  ଡାଏଲ କରି ସମସ୍ତ ତଥ୍ୟ ହାସଲ କରିହେବ।

ସୁବିଧାଗୁଡ଼ିକ ଭିତରେ ରହିଛି, ଟ୍ରେନ୍‌ ଯାତାୟତ ସୂଚନା, କ୍ୟାଟେରିଙ୍ଗ ସମନ୍ଧରେ, ସାଧାରଣ ଅଭିଯୋଗ, ଯାତ୍ରା ବେଳେ କିଛି ଯାଞ୍ଚ, କୋଚ କ୍ଲିନ ପାଇଁ, କଷ୍ଟମର କେୟାର କାର୍ଯ୍ୟନିର୍ବାଧୀ ଅଧିକାରୀଙ୍କ ସହ କଥା ହେବା ପାଇଁ, ଭିଜିଲାନ୍ସ, ଦୁର୍ଘଟଣା କିମ୍ବା ସୁରକ୍ଷା ଆଦି ସବୁ କାମ ପାଇଁ ଡାଏଲ କରନ୍ତୁ 139 ।


ଏହି ନମ୍ବର ଡାଏଲ୍‌ କଲେ ୧୨ଟି ଭାଷା ଭିତରୁ ଆପଣଙ୍କ ଭାଷା ବାଛିବାକୁ ହେବ।  ହା IVRS(Interactive Voice Response System) ଉପରେ ଆଧାରିତ । ଏହାକୁ ଡାଏଲ ପାଇଁ କୌଣସି ସ୍ମାର୍ଟଫୋନର ଆବଶ୍ୟକତା ନାହିଁ । ବରଂ ସମସ୍ତ ପ୍ରକାର ଫୋନରେ ଏହାକୁ ଡାଏଲ କରିହେବ ।

କେଉଁ ସୁବିଧା ପାଇଁ କ’ଣ ଡାଏ କରିବେ


– ସୁରକ୍ଷା କିମ୍ବା ଚିକିତ୍ସା ସହାୟତା ପାଇଁ ଯାତ୍ରୀଙ୍କ 1 ପ୍ରେସ କରିବାକୁ ହେବ । ଏହା ତୁରନ୍ତ କଲ ସେଣ୍ଟରର କାର୍ଯ୍ୟକାରୀ ସହ ଜଡିତ
– ଯାଞ୍ଚ ପାଇଁ ଯାତ୍ରୀଙ୍କୁ ସବ ମେନ୍ୟୁରେ 2 କୁ ପ୍ରେସ କରିବାକୁ ପଡିବ । ଏହା ସାହାଯ୍ୟରେ ଟ୍ରେନର ଆଗମନ, ପ୍ରସ୍ଥାନ, ଆବାସ, ଭଡା, ପଚରାଉଚରା, ଟିକେଟ ବୁକିଙ୍ଗ, ଟିକେଟ ରଦ୍ଦର ପ୍ରକ୍ରିୟା, ଉଠିବା ପାଇଁ ଆଲାରାମ ବ୍ୟବସ୍ଥା/ ଗନ୍ତବ୍ୟ ଚେତାବନୀ, ହ୍ବିଲ ଚେୟାର ବୁକିଙ୍ଗ ସମ୍ବନ୍ଧରେ ସୂଚନା ନେଇପାରିବେ । ଏଥିସହ ଭୋଜନ ପାଇଁ ବୁକିଙ୍ଗ କରିପାରିବେ ।

  1. କ୍ୟାଟେରିଙ୍ଗ ଅଭିଯୋଗ ପାଇଁ ଯାତ୍ରୀ 3 ପ୍ରେସ କରିବେ ।
  2. ସାଧାରଣ ଅଭିଯୋଗ ପାଇଁ 4 ।
  3. ଭିଜିଲାନ୍ସ ସମନ୍ଧୀୟ କୌଣସି ଅଭିଯୋଗ ପାଇଁ 5 ।
  4. ଦୁର୍ଘଟଣା ସମୟରେ 6 ।
  5. ଅଭିଯୋଗର ସ୍ଥିତି କଣ ରହିଛି, ସେଥିପାଇଁ 9 ।
  6. କେନ୍ଦ୍ର କାର୍ଯ୍ୟକାରୀ(center

Leave a Reply

Your email address will not be published.