ବାତିଲ ହେଲା ୩୧୧ ଟ୍ରେନ୍
ନୂଆଦିଲ୍ଲୀ (ଓଟି): ବିଭିନ୍ନ କାରଣରୁ ଅନେକ ସମୟରେ ଟ୍ରେନ୍ ବାତିଲ୍ ହୋଇଥିବା ବା ବିଳମ୍ବ ହୋଇଥିବା ଆମେ ଜାଣିଛେ। କିନ୍ତୁ ଭାରତୀୟ ରେଳବାଇ ପକ୍ଷରୁ ରବିବାର ସଂଖ୍ୟାଧିକ ଟ୍ରେନ୍ ବାତିଲ୍ କରାଯାଇଛି। ତେଣୁ ଏକ୍ସପ୍ରେସ୍, ପାସେଞ୍ଜର ଓ ସ୍ପେଶାଲ ଟ୍ରେନ୍ ଆଦିରେ ଯାତ୍ରା ପାଇଁ ସମ୍ପୃକ୍ତ ତାଲିକା ଦେଖିନେବା ଉଚିତ୍ ବୋଲି କୁହାଯାଉଛି।
ସୂଚନା ଅନୁସାରେ ରବିବାର ଭାରତୀୟ ରେଳବାଇ ପକ୍ଷରୁ ୩୧୧ ଟ୍ରେନ୍ ବାତିଲ୍ କରାଯାଇଛି। ସେ ମଧ୍ୟରେ ୨୧୫ ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିବା ବେଳେ ୯୬ଟି ଆଂଶିକ ଭାବେ ବାତିଲ୍ କରାଯାଇଛି। ତେଣୁ ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ସୂଚନା ପାଇପାରିବେ।
ସେହିପରି ରେଳ ବିଭାଗ ୱେବସାଇଟ୍ enquiry.indianrail.gov.in ମାଧ୍ୟମରେ ଆବଶ୍ୟକ ତଥ୍ୟ ପରଖି ହେବ। ଏଥିସହ ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ସୂଚନା ମିଳିପାରିବ ବୋଲି କୁହାଯାଇଛି।