#IndiaFightsCorona: ୨୦ ହଜାର ଟପିଲା କରୋନା ପଜିଟିଭ୍ ସଂଖ୍ୟା, କେନ୍ଦ୍ର କ୍ୟାବିନେଟ୍ର ୧୫ ହଜାର କୋଟି ମଞ୍ଜୁର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟିପିଛି। ଏବେ ଦେଶରେ ୧୫ହଜାର ୮୮୯ କରୋନା ରୋଗୀ ମିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସାଧୀନ ରହିଛନ୍ତି। ୬୫୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯୫୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହି ସୁସ୍ଥ ହେବା ଆର ୧୭.୫ ପ୍ରତିଶତରୁ ଅଧିକ ରହିଥିବା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ୧୫ ହଜାର କୋଟି ଟଙ୍କା ଖର୍ଚ ମଞ୍ଜୁର କରିଛନ୍ତି। ଏହି କରୋନା ସଂଗ୍ରାମ ପ୍ୟାକେଜକୁ ଆବଶ୍ୟକ ଚିକିତ୍ସା ଓ ପରବର୍ତ୍ତୀ ସମୟର ଆବଶ୍ୟକକୁ ପରିପୂରଣ କରିବା ଲାଗି ଖର୍ଚ କରାଯିବ।