#IndiaFightsCorona: ସାଂସଦଙ୍କ ଦରମା, ଭତ୍ତା, ପେନ୍ସନ୍ ୩୦% କମିଲା
ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାର ସାଂସଦଙ୍କ ଦରମା ଓ ଭତ୍ତାରେ ୩୦ ପପ୍ରତିଶତ ହ୍ରାସ କରାଯାଇଛି। ଏପ୍ରିଲ୧, ୨୦୨୦ରୁ ଏହା ଲାଗୁ ହେବ। ଆସନ୍ତା ୧ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। କରୋନା ପାଇଁ ଦେଶ ଯେଉଁ ମୁକାବିଲା କରୁଛି ସେଥିରେ ଆର୍ଥିକ ସଙ୍କଟକୁ ମୁକାବିଲା କରିବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହାସହ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା ଭତ୍ତା ବାବଦ ନିଷ୍ପତ୍ତି ସେମାନଙ୍କ ଉପରେ ଛାଡ଼ି ଦିଆଯାଇଛି।
ଏଥିପାଇଁ ଏକ ସ୍ଵତନ୍ତ୍ର ଅଧ୍ୟାଦେଶ ଜାରି କରାଯାଇଛି। ଯାହାକୁୂ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତିରେ ପେନ୍ସନ୍ ମଧ୍ୟ ସାମିଲ୍ ଥିବା ଜଣାପଡ଼ିଛି। ଏହି ଅଧ୍ୟାଦେଶ ଦ୍ଵାରା ସାଂସଦମାନଙ୍କ ଦରମା, ଭତ୍ତା ଓ ପେନ୍ସନ୍ ଆଇନ-୧୯୫୪ରେ ଜରୁରୀ ସଂଶୋଧନ ଆସିଛି।
ବରିଷ୍ଠ କଂଗ୍ରେସ ନେତା ଓ ସାଂସଦ ଅହମ୍ମଦ ପଟେଲ୍ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି।
କେନ୍ଦ୍ର କ୍ୟାବିନେଟ୍ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ବି ଦୁଇବର୍ଷ ଲାଗି ସ୍ଥଗିତ ରଖିଛନ୍ତି। ୨୦୨୦-୨୧ ଏବଂ ୨୦୨୧-୨୨ ଆଥ;ିକ ବର୍ଷରେ ସାଂସଦଙ୍କ ପାଇଁ କୌଣସି ହାତ ପାଣ୍ଠି ରହିବ ନାହିଁ।