#IndiaFightscorona: ସେନ୍କୋ କର୍ମଚାରୀଙ୍କ ଦରମା କଟିବନି,
ଭୁବନେଶ୍ୱର, (ଓଡ଼ିଶାଟାଇମ୍): କୋଲକାତାର ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ଏହାର ସମସ୍ତ ୧୦୦ ଶୋ’ରୁମ୍ର କର୍ମଚାରୀଙ୍କୁ ପୂଣ୍ଣ ଦରମା ଦେବ। କୋଭିଡ୍-୧୯ ସଂକ୍ରମଣରେ ଦେଶର ସମସ୍ତ ଶୋ’ରୁମ୍ ବନ୍ଦ ଥିଲେ ମଧ୍ୟ ଏହା କର୍ମଚାରୀଙ୍କ ଦରମା କାଟ୍ କରିବା ନାହିଁ କି ପ୍ରଦାନ କରିବାରେ ଅବହେଳା କରିବ ନାହିଁ ବୋଲି ପ୍ରକାଶ କରିଛି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ପିଏମ୍ କେୟାରସ୍ ଫଣ୍ଡ ଓ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ଥାପନ କରିଥିବା ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ରିଲିଫ୍ ପାଣ୍ଠିକୁ ୧.୫ କୋଟି ଟଙ୍କାର ସହାୟତା ରାଶି ଦାବି କରିଛନ୍ତି। ଏହି ସହାୟତା ରାଶିରେ ଗ୍ରୁପ୍ର ୨୫୦୦ରୁ ଅଧିକ କର୍ମଚାରୀଙ୍କ ଗୋଟିଏ ଦିନର ବେତନ ରାଶିକୁ ମଧ୍ୟ ଯୋଗ କରାଯାଇଥିବର କହିଛନ୍ତି।
ଦେଶ ଏବେ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି ଓ ଏହା ସଂସ୍ଥାଗୁଡ଼ିକର ସେବା ଏବଂ ସମ୍ବଳ ଆଶା କରୁଛି । ଏଭଳି ସଙ୍କଟ ପୂର୍ବରୁ କେବେ ଦେଖାଯାଇନଥିଲା । ଏଭଳି ଏକ ସମୟରେ ସେନକୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ ଗ୍ରୁପ୍ସ୍ ଆଗେଇ ଆସିଛି ଓ କରୋନା ବିଶ୍ୱ ମହାମାରୀ ବିରୋଧୀ ଲଢ଼େଇରେ ସରକାର ଗ୍ରହଣ କରିଥିବା ଅଭିଯାନକୁ ସହାୟତା ପ୍ରଦାନ କରିଛି ।
ଏ ସଂକ୍ରାନ୍ତରେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ର ଅଧ୍ୟକ୍ଷ ଶଙ୍କର ସେନ୍ କହିଛନ୍ତି ଯେ, “ସାରା ବିଶ୍ୱ ଏବେ କୋଭିଡ୍-୧୯ ବିରୋଧରେ ଜୋରଦାର ଲଢ଼େଇ କରୁଛି । ଏହି ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଏବଂ ପଶ୍ଚିମବଙ୍ଗ ସରକାର ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ବିଶ୍ୱ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ଦ୍ୱାରା ସାରା ଦୁନିଆର ବିଭିନ୍ନ ଦେଶର ନିୟୁତାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହି ଭୁତାଣୁର ମୁକାବିଲା ଲାଗି ସରକାର କରୁ୍ଥିବା ଉଦ୍ୟମ ଏବଂ ସରକାରଙ୍କ ସହିତ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ଗ୍ରୁପ୍ ଠିଆ ହୋଇଛି । ଦେଶ, ସମାଜ, କର୍ମଚାରୀ ଏବଂ ଆମର ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଆମେ ଶ୍ରେଷ୍ଠ ଚେଷ୍ଟା କରୁଛୁ । ଏହି ଭୂତାଣୁକୁ ଦୂର କରିବା ଏବଂ ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଯାହା କରିବା ଦରକାର ଆମେ ସେହି ପଦକ୍ଷେପ ଗ୍ରହଣ କରିବୁ ।’’