#IndiaFightsCorona: ମେ’୩ ଯାଏ ବଢ଼ିଲା ଲକ୍ଡାଉନ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମେ’ ୩ ତାରିଖ ଯାଏ ବଢ଼ିଛି ଲକ୍ଡାଉନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି। ସକାଳ ୧୦ଟା ବେଳେ ସେ ଜାତୀୟ ପ୍ରସାରଣ ସେବାରେ ନିଜ ଉଦ୍ବୋଧନ ରଖିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ପ୍ରସ୍ତାବ ଏବଂ ସାଧାରଣ ନାଗରିକଙ୍କଠୁ ମିଳିଥିବା ପ୍ରସ୍ତାବକୁ ଆଖିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବ ପରି କଠୋର ନିୟମରେ ଏହି ଲକ୍ଡାଉନ୍ ରହିବ।
ଏପ୍ରିଲ୍ ୨୦ ତାରିଖ ଯାଏ ଅତ୍ୟନ୍ତ କଠୋର ହେବ। ସବୁ ଥାନା, ପୁଲିସ ଷ୍ଟେସନ୍ରେ ପରିସ୍ଥିତି ଆକଳନ ହେବ। ଯେଉଁ କ୍ଷେତ୍ର ଅଗ୍ନି ପରୀକ୍ଷାରେ ସଫଳ ହେବେ, ଯେଉଁ ଅଞ୍ଚଳରେ ହଟ୍ସ୍ପଟ୍ ଆଉ ବଢ଼ିବନି ସେଠାରେ ୨୦ ଏପ୍ରିଲ୍ ପରେ କିଛି ଜରୁରୀ ଗତିବିଧି ପାଇଁ ଅନୁମତି ଦିଆଯାଇପାରେ। ବାହାରକୁ ବାହାରିବାର ନିୟମ ଅତ୍ୟନ୍ତ କଠୋର ରହିବ ବୋଲି ମୋଦି କହିଛନ୍ତି। କିନ୍ତୁ ଯଦି ସେହି ଅଞ୍ଚଳରେ ପୁଣି କରୋନାର ପାଦ ପଡ଼ିବ ତେବେ ଆଉଥରେ ଲକ୍ଡାଉନ୍ କଠୋର ହେବ।
ଦେଶବାସୀଙ୍କ କଠୋର ସଂକଳ୍ପ ଏବଂ ଲକ୍ଡାଉନ୍ ପରିସ୍ଥିତିରେ ଏକାଠି ହୋଇ କରୋନା ମୁକାବିଲା କରୁଥିବା ହେତୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଅର୍ପଣ କରିଛନ୍ତି। ଲକ୍ଡାଉନ୍ ବନ୍ଧନ ଭିତରେ ମୁଁ ଦେଶର ଲୋକମାନେ ଯେଉଁ ପ୍ରକାରେ ନିୟମର ପାଳନ କରିଛନ୍ତି, ଯେଉଁ ସଂଯମତାର ସହ ଉତ୍ସବ ପାଳନ କରିଛନ୍ତି, ଏ ସବୁ ପ୍ରସଙ୍ଗ ପ୍ରଶଂସନୀୟ ଏବଂ ପ୍ରେରକ ଅଟେ। ମୁଁ ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ନୂଆ ବର୍ଷ ଅବସରରେ ଅଭିନନ୍ଦନ ଜଣାଉଛି।
ଅନ୍ୟ ଦେଶ ତୁଳନାରେ ଭାରତ କିପରି ଏଠାରେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବାରେ ପ୍ରୟାସ କରିଛନ୍ତି ସେଥିରେ ଆପଣ ସମ୍ପୃକ୍ତ ଓ ସାକ୍ଷୀ ରହିଛନ୍ତି। ଯେବେ ଜଣେ ବି କହେି ରୋଗୀ ନଥିଲେ ସେତେବେଳେ କରୋନା ଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରିବା ସହ ୧୪ ଦିନର ଏକାନ୍ତୀକରଣକୁ ବାଧ୍ୟତାମୂଳକ କରିବା ସହ ବିଭିନ୍ନ ସାର୍ବଜନୀକ ସ୍ଥାନକୁ ବନ୍ଦ କରାଯାଇଥିଲା।
ଯେତେବେଳେ ୫୫୦ ଜଣ ସଂକ୍ରମିତ ହୋଇଥିଲେ ସେତେବେଳେ ଆମେ ୨୧ ଦିନର ଲକ୍ଡାଉନ୍ ଘୋଷଣା କରିଥିଲୁ। ଭାରତ ସମସ୍ୟାୁ ଅପେକ୍ଷା କରି ନଥିଲା ବରଂ ସମସ୍ୟା ଦେଖୁ ଦେଖୁ ତାହାକୁ ରୋକିବା ଲାଗି ଆବଶ୍ୟକ ପଦକ୍ଷେପ ନେଇଥିଲା।
ଏହା ଏପରି ଏକ ସଙ୍କଟଜନକ ସ୍ଥିତି, ଯାହାକୁ ଅନ୍ୟ କୌଣସି ଦେଶ ସହ ତୁଳନା କରିବା ଉଚିତ ନୁହେଁ। କିନ୍ତୁ କିଛି ସତ୍ୟକୁ ଆମେ ଟାଳିପାରିବା ନାହିଁ। ଦୁନିଆର ବଡ଼ ବଡ଼ ସାମର୍ଥବାନ ଦେଶଗୁଡ଼ିକରେ କରୋନା ଯେଉଁ ପ୍ରକାର ସ୍ଥିତି ରଚନା କରିଛି ସେ ତୁଳନାରେ ଭାରତ ଆଜି ଭଲ ସ୍ଥିତିରେ ରହିଛି। ଭାରତ ଯଦି ଏହି ସାମଗ୍ରିକ, ସମୟୋଚିତ ପଦକ୍ଷେପ ନନେଇଥିଲେ ଭାରତର ସ୍ଥିତି ଆଜି କ’ଣ ହୋଇଥରଆନ୍ତା ତାହା କଳ୍ପନା କରିବା ମାତ୍ରେ ହିଁରୋମ ଟାଙ୍କୁରି ଉଠୁଛି।
ଆମେ ଯେଉଁ ରାସ୍ତା ବାଛିଛୁ ତାହା ଆମ ପାଇଁ ଠିକ୍ ରହିଛି। ସୋଶଶଲ୍ ଡିଷ୍ଟାନ୍ସିଂ ଓ ଲକ୍ଡାଉନ୍ ଅନେକ ଲାଭ ଦେଶକୁ ମିଳିଛି। ଯଦି ଖାଲି ଆର୍ଥିକ ଦୃଷ୍ଟିରେ ଦେଖିବା ତେବେ ଏହା ମହଙ୍ଗା ନିଶ୍ଚିତ ଲାଗୁଛି, ଏଥିଲାଗି ଅନେକ ମୂଲ୍ୟ ଆମକୁ ଦେବାକୁ ପଡ଼ୁଛି କିନ୍ତୁ ଭାରତର ନାଗରିକଙ୍କ ଜୀବନ ଆଗରେ ଏହା କିଛି ନୁହେଁ।
ରାଜ୍ୟ ସରକାର, ସ୍ଵାୟତ ସଂସ୍ଥାମାନେ ବି ଏହି ମାମଲାରେ ବହୁତ ଦାୟିତ୍ଵବାନ ହୋଇ କାମ କରିଛନ୍ତ। ସେମାନେ ବିଭିନ୍ନ ସମୟରେ ମଙ୍ଗ ଧରିଛନ୍ତି। ଏହି ସବୁ ପ୍ରୟାସ ଭିତରେ ବି ଯେଉଁ ପ୍ରକାରେ କରୋନା ବିସ୍ତାରିତ ହେଉଛି ତାହା ବିଶ୍ଵସ୍ତରରେ ସ୍ଵାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ସତର୍କ କରାଇ ଦେଇଛି। ଆମେ ଏହି ଲଢ଼େଇରେ କିପରି ବିଜୟୀ ହେବା, ଲୋକଙ୍କ କଷ୍ଟକୁ କମ୍ କେମିତି କରିବା, ଆଗକୁ କିପରି ବଢ଼ିବା ଏହାକୁ ନେଇ ମୁଁ ରାଜ୍ୟ ମାନଙ୍କ ସହ ନିରନ୍ତର ଚର୍ଚା କରିଛି। ଏହିକ୍ରମରେ ମେ ୩ ତାରିଖ ଯାଏ ଲକ୍ଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି।