#IndiaFightsCorona: ରାଜ୍ୟ ଲକ୍‌ଡାଉନ୍‌ଠୁ କେନ୍ଦ୍ର ଲକ୍‌ଡାଉନ୍‌ଠୁ ଅଲଗା କେମିତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁର ମୁକାବିଲାକରିବା ତଥା ଏହାର ସଂକ୍ରମଣକୁ ରୋକିବା ଲାଗି ରାଜ୍ର ଓ କେନ୍ଦ୍ର ସରକାର ଯେଉଁ ପ୍ରମୁଖ ପଦକ୍ଷେପ ନେଇଛନ୍ତି ସେଥିରୁ ବହୁ ଆଲୋଚିତ ପଦକ୍ଷେପଟି ହେଉଛି ଲକ୍‌ଡାଉନ୍‌। ୨୨ ମାର୍ଚ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଘୋଷଣା କରିବା ପରେ ଯେମିତି ସାରା ଜୀବନଯାପନ ବନ୍ଦ ହୋଇଗଲା ସବୁ ଲୋକ ଘରେ ରହିଲେ ତାହାକୁ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଲାଗି ଏକ ଅତ୍ୟାବଶ୍ୟକ ପଦକ୍ଷେପ ଭାବେ ଗ୍ରହଣ କରାଗଲା। ଏହା ପରେ ଓଡ଼ିଶା ସରକାର ୨୩ ତାରିଖଠୁ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ଘୋଷଣା କଲେ। ଆଉ ୨୪ ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସାରା ଦେଶରେ ଲୋକଙ୍କୁ ଘରୁ ବାହାରିବା ମନା ହେଲା। ଉଦ୍ଦେଶ୍ୟ ରହିଲା ଯିଏ ଯେଉଁଠି ଅଛନ୍ତି ସେମିତି ଥାଆନ୍ତୁ, ଫଳରେ କରୋନାର ସଂକ୍ରମଣକୁ ପ୍ରତିରୋଧ କରିହେବ।

ଏବେ ପ୍ରଧାମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ସମୟସୀମା ମଙ୍ଗଳବାର ୧୪ ଏପ୍ରିଲ୍‌ରେ ଶେଷ ହେବାକୁ ଯାଉଛି। ଏହି ସମୟ କେବତ ପ୍ରଭାବଶାଳୀ ହୋଇଛି। ତାହା ବାବଦରେ ଆଲୋଚନା ହୋଇଛି। ଦେଶର ଅମଲା ତନ୍ତ୍ର ଓ ରାଜନୀତିକ ସ୍ତରରେ ଏ ବାବଦରେ ସମୀକ୍ଷା ହୋଇ ରାଜ୍ୟ ସରକାରମାନେ କେନ୍ଦ୍ରକୁ ଏହି ଲକ୍‌ଡାଉନ୍‌ ସମ୍ରକୁ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି। ଏପରିକି ଦେଶର ୬ଟି ରାଜ୍ୟ ସରକାର ଏହି ଲକ୍‌ଡାଉନ୍‌ ସମୟକୁ ଆହୁରି ବଢ଼ାଇଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲେ ଓଡ଼ିଶା, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା, କଣ୍ଣାଟକା ଏବଂ  ପଶ୍ଚିମବଙ୍ଗ।

ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରମାନେ ଲକ୍‌ଡାଉନ୍‌ ଘୋଷଣା କରିବା ଲାଗି କ୍ଷମତା ପ୍ରାପ୍ତ କି? ପୁଣି କେନ୍ଦ୍ର ଓ ରାଜ୍ୟ ଭିତରେ ଏହି ଲକ୍‌ଡାଉନ୍‌ର ଫରକ୍ କ’ଣ?

ପ୍ରଥମେ ରାଜ୍ୟଗୁଡ଼ିକ କିପରି କ୍ଷମାତା ପ୍ରାପ୍ତ।

ସମ୍ବିଧାନ ଅନୁସାରେ ରାଜ୍ୟଗୁଡ଼ିକ ହାତରେ ଆଇନ ଶୃଙ୍ଖଳା ଏବଂ ଜନସ୍ଵାସ୍ଥ୍ୟ ପ୍ରସଙ୍ଗ ନିଷ୍ପତ୍ତି ନେବାର କ୍ଷମତା ରହିଛି। ଏଣୁ ଏହି ବିଷୟକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଏହି ସେବା କ୍ଷେତ୍ରରେ ଲକ୍‌ଡାୁନ୍‌ ଘୋଷଣା କରିପାରିବେ। ଏବେ ରାଜ୍ୟ ସରକାରମାନେ ମହାମାରୀ ଆଇନ୍‌ ୧୮୯୭କୁ ଲାଗୁ କରିଥିବାରୁ ଏହି ମହାମାରୀକୁ ରୋକିବା ଲାଗି ସେମାନେ  ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରିପାରିବେ।

କେନ୍ଦ୍ରର କ୍ଷମତା

କେନ୍ଦ୍ର ହାତରେ ଅନେକ ବିଷୟ ରହିଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କୌଣସି ଏକ ବିପର୍ଯ୍ୟୟ ସମୟରେ ଦେଶର ସମସ୍ତ ଅଞ୍ଚଳରେ ନିୟମକୁ ସମତୁଲ୍ୟ ପାଳନ କରିବା ଲାଗି କେନ୍ଦ୍ର ଆବଶ୍ୟକ ଲକ୍‌ଡାଉନ୍‌ ଘୋଷଣା କରିପାରିବେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଯେଉଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ତାହା  ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ପ୍ରଣୟନ କରାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଥରିଟିର ମୁଖ୍ୟ ହେଉଛନ୍ତି ପଅଧାନମନ୍ତ୍ରୀ। ଏଣୁ ଗୃହମନ୍ତ୍ରଣାଳୟ ଦେଶରେ କରୋନା ରୋଗ ବିରୋଧରେ ଆବଶ୍ୟକ ପଦକ୍ଷେପକୁ ଏକୀକୃତ ଭାବେ ଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ଆଇନର ସହାୟତା ନେଇଚନ୍ତି। ଯେଉଁ ୨୧ ଦିନିଆ ଲକ୍‌ଡାଉନ୍‌ ଏବେ ସମାପ୍ତ ହେବାକୁ ଯାଉଛି ତାହା ଏହି ଆଇନ ବଳରେ ହିଁ ଘୋଷଣା କରାଯାଇଛି।

କେନ୍ଦ୍ର ଏହି ଆଦେଶକୁ ମାନିବାକୁ ରାଜ୍ୟ ବାଧ୍ୟ କି?

ଭାରତ ଏକ ସଂଘୀୟ ଦେଶ ହେଲେ ମଧ୍ୟ ଏକକ ସୂତ୍ରରେ ବନ୍ଧା। ଯେତେବେଳେ କୌଣସି ବିପତ୍ତି ଆସିବ ସେତେବେଳେ ରାଜନୀତିକ ଚିନ୍ତାଧାରାକୁ ପଛରେ ପକାଇ ସମସ୍ତେ ଏକାଠି ହୋଇ ମୁକାବିଲା କରିବା ଲାଗି ସୁଯୋଗ ସୃଷ୍ଟି କରିଛି। ସମ୍ବିଧାନୀ ଧାରା ୨୫୪ ଅନୁସାରେ ଯଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ଆଇନରେ କିଛି ଦ୍ଵନ୍ଦ୍ଵ ଆସେ ସେତେବେଳେ କେନ୍ଦ୍ରର ଆଇନ ହିଁ ଗୁରୁତ୍ଵ ବହନ କରିଥାଏ। ଏହିକ୍ରମରେ ରାଷ୍ଟ୍ରପତି ବି ନିଷ୍ପତ୍ତି ନେବାକୁ କ୍ଷମତାପନ୍ନ। ଏଣୁ ଯଦି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରନ୍ତି ତେବେ ରାଜ୍ୟମାନେ ତାହାକୁ ମାନିବାକୁ ବାଧ୍ୟ। ଆଉ ଯଦି ନ କରନ୍ତି ତେବେ ତାହା ସୀମିତ ଅଞ୍ଚଳ, ସୀମୀିତ ସମୟ ଲାଗି ବୈଧ ହୋଇପାରେ।

 

 

Leave a Reply

Your email address will not be published.