#IndiaFightsCorona: ଭାରତରେ ଦିନକୁ ୫୮୪ ଜଣ ସଂକ୍ରମିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ): ଭାରତରେ ଦିନକୁ ହାରାହାରି୧୫୭୪୭ କରୋନା ନମୁନା ପରୀକ୍ଷଣ କରାଯାଉଛି। ସେଥିରୁ ୫୮୪ଟି ନମୁନା କରୋନା ପଜିଟିଭ୍‌ ମିଳୁଛି ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍‌ଆର। ଭାରତରେ କରୋନା ସ୍ଥିତି ସମ୍ବନ୍ଧୀୟ ସରକାରଙ୍କ ପକ୍ଷରୁ ଦୈନ୍ଦିନ ବିବରଣୀ ରଖିବା ଅବସରରେ ଆଇସିଏମ୍‌ଆର ପ୍ରତିନିଧି ଏହା କହିଛନ୍ତି।

ଗତ୨୪ ଘଣ୍ଟାର ବିବରଣୀ ରଖି ସ୍ଵାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି, ଏହି ସମୟରେ ଦେଶରେ ୯୦୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ୩୪ଜଣଙ୍କ ମୃତ୍ୟୁ ଘଟିଛି।  ଦେଶରେ ଏବେ ସମୁଦା୍ର ୮୩୫୬ ଜଣ କରୋନା ରୋଗୀ ଚିହ୍ନିତ ହୋଇଥିବା ବେଳେ ୭୧୬ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସା ହୋଇ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କୁ ଘରକୁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଫେବୃୟାରୀ ମାସରୁ ଭାରତରେ କରୋନା ପରୀକ୍ଷଶ ଆରମ୍ଭ କରାଯାଇଥିଲା। ଏ ଭିତରେ ୧ ଲକ୍ଷ ୮୬ ହଜାର ୯୦୬ ସାମ୍ପଲ୍‌ ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ କରୋନା ସହ ଲଢ଼ିବା ଲାଗି ଜନ ସାଧାରଣଙ୍କଠାରୁ ଆରମ୍ଭ କରି ସରକାର ପୂଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ସରକାର ହିଛନ୍ତି। ଏଥିଲାଗି ଔଷକ୍ଷ ବାହାରି ନଥିଲେ ମଧ୍ୟ ୪୦ଟି ଔଷଧ ପରୀକ୍ଷଣ ସ୍ତରରେ ଅଛି ବୋଲି ସୂଚନା ମିଳିଛ।  ସେହିପରି କେନ୍ଦ୍ର ସରକାର ରୋଗୀଙ୍କ ଚିକିତ୍ସର ଆବଶ୍ୟକତାକୁ ପୂରଣ କରିବା ଲାଗି ରେଳବାଇର ସହାୟତା ନେଇଛନ୍ତି। ଏହିକ୍ରମରେ ୨୦ ହଜାର କୋଚ୍‌ ପ୍ରସ୍ତୁତ କରିବା କାର୍ଯ୍ୟକ୍ରମ ରହିଛି।  ଏବେ ୫ ହଜାର କୋଚ୍‌ କରୋନା ଚିକିତ୍ସା ଆଇସୋଲେସନ୍‌ ୱାର୍ଡ଼ରେ ପରିଣତ ହୋଇଥିବା ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି।

Leave a Reply

Your email address will not be published.