#IndiaFightsCorona: ଠାବ ହେଲେ ଜମାତ୍ ମୁଖ୍ୟ ମୌଲାନା ସାଦ୍
ଭୁବନେଶ୍ଵର, (ଓଡ଼ିଶାଟାଇମ୍): ଦିଲ୍ଲୀ ନିଜାମୁଦ୍ଦିନ ମର୍କାଜ୍ ମୁଖ୍ୟ ମୌଲାନା ସାଦ୍ଙ୍କୁ ପୁଲିସ ଚିହ୍ନଟ କରିଛି। ସେ ଜାକୀର ନଗର ଅଞ୍ଚଳରେ ନିଜ ଘରେ ଏକାନ୍ତବାସରେ ଥିବା ପୁଲିସ କହିଛି। ତେବେ ପୁଲିସ ପକ୍ଷରୁ ତାଙ୍କୁ କିଛି ଡକ୍ୟୁମେଣ୍ଟ ମଗାଯାଇଛି। ତାଙ୍କରଏକାନ୍ତବାସ ସମୟ ସରିଲା ପରେ ପୁଲିସ ଆବଶ୍ୟକ ତଦନ୍ତ କରିବ ବୋଲି ଦିଲ୍ଲୀ ସୂତ୍ରରୁ ଜଣାପଡ଼ିଛି।
ଦିଲ୍ଲୀର ତବ୍ଲିଗି ଜାମତ୍ରେ କଟକଣା ସତ୍ବେ ଲୋକଙ୍କ ଭିଡ଼ ଜମିବା ହେତୁ ସେଠାରେ ସଂକ୍ରମଣ ହୋଇଥିଲା। ସରକାରଙ୍କ ହସ୍ତକ୍ଷେପ ପରେ ସେଠାରୁ ୨ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଲବେ ଚିକିତ୍ସା କରାଯାଉଛି। ଏବେ କିଛଇ ସଂକ୍ରମିତ ସାରା ଦେଶରେ ବ୍ୟାପିଯାଇଥିବାରୁ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନେଇ ସୂଚନା ମିଳିଛି।
ଏବେ ଦେଶରେ ୪୭୨୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଏହା ସହ ୪୬୮ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ୧୬୪ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।