#IndiaFightsCorona: ଦିନକରେ ୩୧ ମୃତ, ୧୭୯ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗଲା ୨୪ ଘଣ୍ଟା ଭିତରେ ଦେଶରେ ୩୧ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ଅପରପକ୍ଷେ ଠିକଣା ସମୟରେ ସ୍ଵାସ୍ଥ୍ୟସେବା ପ୍ରଦାନ ଦ୍ଵାରା ୧୭୯ ରୋଗୀ କରୋନା ମୁକ୍ତ ହୋଇଛନ୍ତି। ଏ ଭିତରେ ୧୦୩୬ ରୋଗୀ କରୋନାମୁକ୍ତ ହୋଇ ଫେରିଛନ୍ତି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି।

ଦେଶରେ ସମୁଦାୟ ୧୦୩୬୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଗଲା ୨୪ ଘଣ୍ଟା ଭିତରେ ୧୨୧୧ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏବେ ଦେଶରେ କରୋନା ହେତୁ ୩୩୯ଜଣଙ୍କ ମୃତ୍ରୁ ଘଟିଛି ବୋଲଇ ସେ କହିଛନ୍ତି।

ବିଶ୍ଵରେ ଗଲା ୨୪ ଘଣ୍ଟା ଭିତରେ ୭୬ ହଜାର ୪୯୮ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୫୭୦୨ ଜଣଙ୍କ ମୃତ୍ୟୁ ହୋଇଛି ବୋଳି ସେ କହିଛନ୍ତି।

Leave a Reply

Your email address will not be published.