#IndiaFightsCorona: ଭାରତରେ ୩୦ ପ୍ରତିଶତ କରୋନା ରୋଗୀ ତବ୍ଲିଗି ସମ୍ପର୍କିତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତର ପ୍ରାୟ ୩୦ପ୍ରତିଶତ କରୋନା ରୋଗୀ ତବ୍ଲିଗି ସମାଜଡ଼ ଧାର୍ମିକ ସଭା ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପର୍କିତ। ଏହି ସଭା ମାର୍ଚ ମାସ ମଝିରେ ନୂଆଦିଲ୍ଲିର ନିଜାମୁଦ୍ଦିନ୍ ମର୍କାଜ୍ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଧାର୍ମିକ ସଭାରେ ଯୋ ଗଦେଇଥିବା ଲୋକେ ବିଭିନ୍ନ ରାଜ୍ୟକୁ ଯାଇ ସେଠାରେ ଖୋଲାଖୋଲି ମିଳାମିଶା କରିବା ଦ୍ଵାରା କରୋନା ବୋଝ ଦେଶରେ ବଢ଼ିଛି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି। ୨୩ ରାଜ୍ୟ ଏହି ବୋଝରେ ଆକ୍ରାନ୍ତ ଥିବା କୁହାଯାଇଚଇ ।
ଶନିବାର ସୁଦ୍ଧା ଭାରତ ସରକାରଙ୍କ ରିବୋର୍ଟ ଅନୁସାରରେ ଦେଶରେ ଚିହ୍ନିତ ୧୪୩୭୮ କରୋନା ରୋଗୀଙ୍କ ଭିତରୁ ୪ହଜାର ୨୯୧ ଜଣ ଅର୍ଥାତ୍ ୨୯.୮ ପ୍ରତିଶତ ତବ୍ଲିଗି ଜମାତ ସହ ସମ୍ପୃକ୍ତ ବୋଲି ସ୍ଵାସ୍ଥ୍ୟ ମନ୍ତଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି।
ଏହି ସଂକ୍ରମିତ ରୋଗୀମାନଙ୍କ ସମ୍ପର୍କ ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି। ତାମିଲ୍ନାଡ଼ୁର ୮୦ ପ୍ରତିଶତ, ଦିଲ୍ଲୀର ୬୩ ପ୍ରତିଶତ, ତେଲେଙ୍ଗାନାର ୭୯%, ଉତ୍ତର ପ୍ରଦେଶର ୫୯% ଏବଂ ଆନ୍ଧ୍ରପ୍ରଦେଶର ୬୧ ପ୍ରତିଶତ କରୋନା ରୋଗି ତବ୍ଲିଗି ଜମାତ୍ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ଫୃକ୍ତ ବୋଲି ଶ୍ରୀ ଅଗ୍ରୱାଲ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ଜମାତ ସହ ସମ୍ପୃକ୍ତ ଥିବା ୪୦ ହଜାର ଲୋକଙ୍କୁ ଦେଶରବ ବିଭିନ୍ନ ସ୍ଥାନରେ କ୍ଵାରେଣ୍ଟାଇନ୍ କରାଯାଇଥିବା ସେ ସୂଚନା ଦେଇଛନ୍ତି।