#IndiaCoronaUpdates: ଦେଶରେ #covid19 ରୋଗୀଙ୍କ ସଂଖ୍ୟା ୫୨ ହଜାର ୯୫୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୯୫୨ରେ ପହଞ୍ଚିଥିବା ବେଳେ ୧୭୮୩ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଦେଶରେ ୩୫ହଜାର ୯୦୨ଜଣ ସଂକ୍ରମିତ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଥିବା ସ୍ଵାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶର ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହୋଇ ୧୫୨୬୬ଜଣ ସୁସ୍ଥ ହୋଇଛନ୍ତି ବା ଘରକୁ ଫେରିଛନ୍ତି।

ଆକ୍ରାନ୍ତଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏଠାରେ ୧୬୭୫୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗୁଜରାଟରେ ଏହି ସଂଖ୍ୟା ରହିଛି ୬୬୨୫, ଦିଲ୍ଲୀରେ ୫୫୩୨ଜଣ କରୋନା ପଜିଟିଭ୍‌ ଚିହ୍ନିତ ହୋଇଛନ୍ତି।

ବିଭିନ୍ନ ରାଜ୍ୟରେ ଟେଷ୍ଟିଂ ପରିମାଣ ବୃଦ୍ଧି ଏବଂ ପ୍ରବାସୀ ଶ୍ରମିକଙ୍କ ଫେରିବା ହେତୁ ସଂଖ୍ୟା ବଢ଼ଇବାରେ ଲାଗିଛି। ଓଡ଼ିଶାରେ ଗଲା ୨୪ ଘଣ୍ଟ ଭିତରେ ୨୮ଜଣ ରୋଗୀ କରୋନା ଚିହ୍ନିତ ହୋଇଛନ୍ତି।

ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ରା ବଢ଼ୁଛି ଆଉ ସେହି ଅନୁସାରେ ମୃତ୍ୟୁ ସଂଖ୍ୟା।  ଏଯାଏ ୨.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଲକ୍ଷ ଜଣ ଆରୋଗ୍ୟ ହୋଇଥିବା ସୂଚନା ମିଳିଛି।  ଆମେରିକା, ସ୍ପେନ୍‌, ଇଟାଲି, ଫ୍ରାନ୍ସ, ବ୍ରିଟେନ୍‌ ବିଶ୍ବରେ ସବୁଠୁ ପ୍ରଭାବିତ ରାଷ୍ଟ୍ର। କିନ୍ତୁ ସକ୍ରିୟ ମାମଲାକୁ ଦେଖିଲେ ଭାରତ ସମଗ୍ର ବିଶ୍ବରେ ୧୦ମ ସ୍ଥାନରେ ରହିଛି।

 

#OdishaCoronaUpdate: ୨୪ ଘଣ୍ଟାରେ ୨୮ କରୋନା ପଜିଟିଭ୍‌, ମୟୁରଭଞ୍ଜ ଓ ଜଗତସିଂହପୁରକୁ ବଢ଼ିଲା

Leave a Reply

Your email address will not be published.