#IndiaCoronaUpdates: ୨୪ ଘଣ୍ଟାରେ ଭାରତରେ ୧୨୦୬ କରୋନା ପଜିଟିଭ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଗତ ୨୪ ଘଣ୍ଟା ଭିତରେ ଭାରତରେ ୧୨୦୬ ନିଶ୍ଚିତ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଭାରତୀ୍ର ଭେଷଜ ଗବେଷଣା ପରିଷଦ ( ଆଇସିଏମ୍ଆର) ପକ୍ଷରୁ ଏହା କୁହାଯାଇଛି। ଆଇସିଏମ୍ଆରଙ୍କ ତଥ୍ୟ ସବୁଠାରୁ ଭରସା ଯୋଗ୍ୟ। ଏହି ସଂସ୍ଥା କରୋନା ସନ୍ଦିଗ୍ଧଙ୍କ ସ୍ଵାବ୍ ନମୁନାକୁ ଆର୍ଟି ପିସିଆର୍ ପଦ୍ଧତ୍ତିରେ ପରୀକ୍ଷଣ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିଥାଏ।
ପରିଷଦର ତଥ୍ୟ ଅନୁସାରେ ଗୁରୁବାର ରାତି ୯ଟା ସୁଦ୍ଧ ଦେଶରେ ୩ଲକ୍ଷ ୨ ହଜାର ୯୫୬ଟି ନମୁନା ସଂକ୍ରହ କରାଯାଇ ପରୀକ୍ଷଣ କରାଯାଇଛି। ଏହା ୨ ଲକ୍ଷ ୮୬ ହଜାର ୭୧୪ ଜଣଙ୍କ ଶରୀରରୁ ସଂଗ୍ରହ କରାଯାଇଥଛି। ଏଥିରୁ ୧୨୫୮୧ଜଣଙ୍କ ନମୁନାରେ କରୋନା ଭୁତାଣୁ (ସାର୍ସ-କୋଭ୍-୨) ଚିହ୍ନଟ କରାଯାଇଥିବା କୁହାଯାଇଛି। ଏହିସବୁ ନମୁନା କରୋନା ସନ୍ଦିଗ୍ଧଙ୍କ ପାଖରୁ ସଂଗ୍ରହ କରାଯାଇଛି, ଯେଉଁମାନେ ଚିହ୍ନିତ ରୋଗୀଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହେବା ଆଶଙ୍କା ରହିଛି।
ସେହିପରି ଏପ୍ରିଲ୍ ୧୬ ତାରିଖ ରାତି ୯ଟା ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ସଂଗୃହୀତ ୨୭୨୫୬ ନମୁନାକୁ ପରୀକ୍ଷଣ କରାଯାଇଥିଲ।ା ଏଥିରୁ ୧୨୦୬ଟି ନମୁନାରେ ସାର୍ସ-କୋଭ-୨ ଭୁତାଣୁ ମିଳିଥିବା ପରିଷଦ କହିଛି।