#IndiaFightsWithCorona: ୨୪ ଘଣ୍ଟାରେ ୬% ସଂକ୍ରମଣ ହ୍ରାସ ପାଇଛି

ନୂଆଦିଲ୍ଲୀ(ଓଡ଼ିଶା ଟାଇମ): ମହାମାରୀ କରୋନାର ନୂଆ ମାମଲା ବଢ଼ିବାରେ ଲାଗିଛି। ଦେଶରେ ସେହି ଅନୁସାରେ ସମସ୍ୟା ବଢ଼ି ଚାଲିଛି। କିନ୍ତୁ ଏ ମଧ୍ୟରେ ସାମାନ୍ୟ ଆଶ୍ଵସ୍ତି କଲା ଭଳି ଖବର ଆସିଛି। ବେ ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୬ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି।

ଦେଶରେ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଦେଶରେ କରୋନା ଜନିତ ମୃତ୍ୟୁହାର ୩.୧ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୨୦ ପ୍ରତିଶତ ରହିଛି। ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶମାନଙ୍କ ତୁଳନାରେ ଭାରତ ଉତ୍ତମ ସ୍ଥିତିରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବସିଥିବା ୧୩ତମ ଉଚ୍ଚସ୍ତରୀୟ ମନ୍ତ୍ରୀଗୋଷ୍ଠୀ ବୈଠକରେ ଦେଶରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। କୋଭିଡ-୧୯ ମେଡିକାଲ, ସୁରକ୍ଷା ଉପକରଣ, ଏନ୍‌-୯୫ ମାସ୍କ, ଭେଣ୍ଟିଲେଟର, ଔଷଧ ଆଦି ସମ୍ପର୍କରେ ଉକ୍ତ ବୈଠକରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published.