#IndiaFightsWithCorona: ୨୪ ଘଣ୍ଟାରେ ୧,୩୩୬ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ(ଓଟି): କେନ୍ଦ୍ର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦେଶର କରୋନା ମହାମାରୀ ସମ୍ପର୍କିତ ତଥ୍ୟ ଅପଡେଟ୍ କରାଯାଇଛି ଏବଂ ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ଏଥିରୁ ଜଣାପଡ଼ିଛି ଯେ ୨୪ ଘଣ୍ଟା ମଧ୍ୟରେ ୧,୩୩୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଯୁଗ୍ମ ସଚିବ ଶ୍ରୀ ଅଗ୍ରୱାଲଙ୍କ ସୂଚନା ଅନୁସାରେ ସମ୍ପ୍ରତି ୪ଲକ୍ଷ ୪୯ହଜାର ୮୧୦ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦେଶର ୨୦୧ଟି ଲ୍ୟାବ୍‌ରେ ଟେଷ୍ଟିଂ ଚାଲିଥିବେଳେ ୧୮୬୦୧ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩,୨୫୨ ଜଣ ସମ୍ପୂର୍ଣ୍ଣ ଠିକ୍ ହୋଇଛନ୍ତି ଏବଂ ୧୪୭୫୯ ଜଣଙ୍କ ଚିକିତ୍ସା ଚାଲିଛି। ସେହିପରି କରୋନା ସଂକ୍ରମିତ ହୋଇ ମୋଟ ୫୯୦ ଜଣ ପ୍ରାଣ ହରାଇଲେଣି।

ଅନ୍ୟପକ୍ଷରେ ଗୋଟିଏ ଦିନରେ ୭୦୫ଜଣ ସଂକ୍ରମିତ ଠିକ୍ ହୋଇଛନ୍ତି। ଗତ ୧୪ଦିନ ମଧ୍ୟରେ ଦେଶର ୬୧ ଜିଲ୍ଲାରେ ନୂଆ କରୋନା କେସ୍ ଆସିନଥିବାବେଳେ ୨୪ଘଣ୍ଟାରେ ୧,୩୩୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *