୧୭ପରେ ବିମାନସେବା ଆରମ୍ଭ ପାଇଁ କେନ୍ଦ୍ରର ପ୍ରସ୍ତୁତି
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ପରେ ଆରମ୍ଭ ହୋଇପାରେ ବେସାମରିକ ବିମାନ ଚଳାଚଳ। ଏନେଇ ମନ୍ତ୍ରଣାଳୟ ଇଙ୍ଗିତ ଦେଇଛନ୍ତି। ଏୟାରପୋର୍ଟ କାଉନ୍ସି ଇଣ୍ଟରନ୍ୟାସନାଲ୍ ଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ଏବଂ ତାଙ୍କ ଦାବି ପତ୍ରକୁ ଅନୁଧ୍ୟାନ କରି ବେସାମରିକ ମନ୍ତ୍ରଣାଳ୍ର ଏହି ପଦକ୍ଷେପ ନେଇପାରନ୍ତି। ଏନେଇ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଖୁବ୍ ଶୀଘ୍ର ଏ ବିଷୟରେ ଘୋଷଣା କରାଯିବ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଭାରତ ସରକାର , ଜୁନ୍ ୧ ତାରଖ ପରେ ଯାତ୍ରୀବାହୀ ବିମାନ ସେବା ଉଡ଼ାଣ ଆରମ୍ଭ କରିବାକୁ ସୂଚନା ଦେଇଥିଲେ। ଏହାକୁ ନେଇ ଇଣ୍ଡିଆନ୍ କମର୍ସିଆଲ୍ ଫ୍ଲାଇଟ୍ ଆସୋସିସନ୍ ଉଦ୍ବେଗ ପ୍ରକାଶ କରିଥିଲା।
କରୋନା କଟକଣା ଯୋଗୁ ଭାରତର ବିମାନ ସେବା କ୍ଷେତ୍ର ୨୪ ହଜାର କୋଟି ଟଙ୍କରାରୁ ଅଧିକ କ୍ଷତି ସହିଛି । ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ଏହି କ୍ଷତି ଆକଳନ କରାଯାଇଥିଲା। ଅନ୍ୟ ପକ୍ଷରେ ଏୟାରପୋର୍ଟ କାଉନ୍ସିଲ୍ ଈଣ୍ଟରନ୍ୟାସନାଲ୍ ପକ୍ଷରୁ କୁହାଯାଇଛି ଯେ, ଗତ ଏପ୍ରିଲ୍ ଶେଷ ସୁଦ୍ଧା ବାଣିଜ୍ୟିକ ଯାତ୍ରୀ ବାହୀ ବିମାନ ସେବା ୭.୩ ଲକ୍ଷ କୋଟି ଟଙ୍କା କ୍ଷତି ସହିଛି । ଏହାସହ ଦେଶର ୨.୩ କୋଟି ଲୋକ ଜୀବୀକା ହରାଇଛନ୍ତି। ଇଣ୍ଟରନ୍ୟାସନାଲ୍ ଏୟାର ଟ୍ରାନ୍ସପୋର୍ଟ ଟ୍ରାନ୍ସପୋର୍ଟ ପକ୍ଷରୁ ଏ ବିଷୟରେ ସରକାରଙ୍କୁ ଅବଗତ କରାଯାଇ ତୁରନ୍ତ ବିମାନ ସେବା ଚାଲୁ ଉପରେ ରହିଥିବା କଟକଣା ଉଠାଇବା ଲାଗି ଅନୁରୋଧ କରାଯାଇଛି।
ଏହି ଦାବିପତ୍ର ପାଇବା ପରେ ବେସାମରିକ ବିମାନଚଳାଚଳ କର୍ତ୍ତୃପକ୍ଷ ଏନେଇ ଆବଶ୍ୟକ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଏ ସମ୍ପର୍କୀୟ ନିଷ୍ପତ୍ତି ଘେଶଷଣା କରାଯିବ ବୋଲି ମନ୍ତ୍ରଣାଳ୍ର ସୂତ୍ରରୁ ଜଣାପଡ଼ିଛି।
ବିଶ୍ଵରେ ପ୍ରାୟ ୧ ହଜାରରୁ ଅଧିକ ଯାତ୍ରୀବାହି ବିମାନ ବିଭିନ୍ନ ବିମାନବନ୍ଦରରେ ପଡ଼ି ରହିଛି। ଏଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ ଲାଗି ସମ୍ପୃକ୍ତ କମ୍ପାନୀମାନେ ଦୈନିକ ଲକ୍ଷାଧିକ ଟଙ୍କା ଖର୍ଚ କରୁଛନ୍ତି। ନିୟମ ଅନୁସାରେ ପ୍ରତିଦିନ ଗୋଟିଏ ବିମାନ ଅତିକମ୍ରେ ୩୦ ମିନିଟ୍ ଆକାଶରେ ଉଡ଼ିବା ଦରକାର। ଅନ୍ୟପକ୍ଷରୁ ଗୋଟିଏ ବିମାନ ରଖିବା ଲାଗି ଭାରତରେ ଗୋଟିଏ ବିମାନକୁ ୧୦୦୦ ଡଲାର ଦେବାକୁ ପଡ଼ିଥାଏ। ଏହାକୁ କମ୍ କରିବାକୁ ଭାରତ ସରକାରଙ୍କୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।