ଆମେରିକାର ଇରାନ୍‌ ଆକ୍ରମଣ: ପ୍ରଭାବିତ ହେବ ଭାରତର ଅର୍ଥନୀତି

ଭୁବନେଶ୍ଵର, (ଓଟି): ଭାରତୀୟ ଅର୍ଥନୀତି ପାଇଁ ପୁଣିଥରେ ଏକ ପରୀକ୍ଷାର ସମୟ। ବିଗତବର୍ଷର ମାନ୍ଦାବସ୍ଥା ଆହୁରି ଉତ୍କଟ ହୋଇପାରେ। ଇରାନ୍‌-ଆମେରିକା ମଧ୍ୟରେ ସ୍ଥିତି ଯଦି ଅଧିକ ଖରାପ ହୁଏ ତେବେ ଭାରତ ପରୋକ୍ଷ ଭାବରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ଭାରତ ସହ ଇରାନ୍‌ର ଘନିଷ୍ଠ ସମ୍ପର୍କ ରହିଛି। ଏହାର ଅର୍ଥ ନୁହେଁ ଯେ, ଇରାନ୍‌ କୁର୍ଦ ବାହିନୀର ଶିକାର ଭାରତ ହୋଇ ନାହିଁ। ଭାରତରେ ଥିବା ଇସ୍ରାଏଲି ପରିବାର ଉପରକୁ ଇରାନ୍‌ କୁର୍ଦ ବାହିନୀ ଅନେକଥା ଆକ୍ରମଣ କରିଛି। ଯଦିଓ ପଶ୍ଚିମ ଏସିଆରେ ଭାରତ ଇରାନର ଏକ ବନ୍ଧୁ ରାଷ୍ଟ୍ର ଭାବେ ପରିଗଣିତ କିନ୍ତୁ କୁର୍ଦ ସେନା ଭାରତର ଭୂମିରେ ବି ଶିକାର କରିବାକୁ ପଛାଇ ନାହିଁ। ଏପରି ଏକ ମୁହୁର୍ତ୍ତରେ ଭାରତ ଉପରେ ମେରିକାର ଇରାନ୍‌ ଆକ୍ରମଣ ତଥା ବାଗ୍‌ଦାଦ୍‌ରେ କୁର୍ଦ ବାହିନୀ ମୁଖ୍ୟ କାସିମ୍‌ ସୁଲେମାନୀ ଓ ଅନ୍ୟ ୮ ଜଣଙ୍କ ହତ୍ୟାର କି ପ୍ରଭାବ ପଡ଼ିବ। କ’ଣ ଥିଲା ଭାରତ ସହ ସୁଲେମାନୀର ସମ୍ପର୍କ, ଆସନ୍ତୁ ଜାଣିବା।

ଭାରତ ସହ ସୁଲେମାନୀ ଲିଙ୍କ

ବାଗଦାଦ ବିମାନବନ୍ଦରରେ ଆମେରିକା ସେନାର ଆକ୍ରମଣରେ ନିହତ ଇରାନର ଗାର୍ଡସ କମାଣ୍ଡର କାସିମ ସୁଲେମାନୀଙ୍କ ନିର୍ଦେଶରେ ସ୍ୱତନ୍ତ୍ର ଆକ୍ରମଣ ୟୁନିଟ ଅଲ୍-କୁର୍ଦ ବାହିନୀ ମଧ୍ୟ କାମ କରୁଥିଲା । ପୁଣିଏହି ବଳକୁ ଇରାନ ରିଭୋଲୁସନାରି ଗାର୍ଡର ସବୁଠୁ ଗୁରୁତ୍ୱପୂର୍ଣ୍ଣ ୟୁନିଟ ବୋଲି ବିବେଚନା କରାଯାଏ । ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ଖେମେନୀଙ୍କ ଘନିଷ୍ଠ ମନେକରାଯାଉଥିବା ସୁଲେମାନୀଙ୍କୁ ୨୦୦୨ରେ ଅଲ-କୁଦସ ଫୋର୍ସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ସିରିଆ ଓ ଲେବାନନରୁ ନେଇ ଜର୍ମାନୀ ଏବଂ ଏପରିକି ଭାରତ ପର୍ଯ୍ୟନ୍ତ ବୋମା ବିସ୍ଫୋରଣ, ଆକ୍ରମଣ ତଥା ହତ୍ୟା ଉଦ୍ୟମ ସହିତ ଯୋଡ଼ିହୋଇ ରହିଛି ଏହି ଫୋର୍ସର ନାମ । ମିଡିଆ ରିପୋର୍ଟ ଅନୁସାରେ ୨୦୧୨ ଫେବୃୟାରୀରେ ଦିଲ୍ଲୀରେ ଇସ୍ରାଏଲର ଜଣେ କୂଟନୀତିଜ୍ଞଙ୍କ ଗାଡ଼ିକୁ ଟାର୍ଗେଟ କରିବା ଅଭିଯୋଗ ଅଲ-କୁର୍ଦ ବାହିନୀ ବିରୋଧରେ ଆସିଥିଲା । ଦିଲ୍ଲୀ ପୋଲିସ ତଦନ୍ତ ପରେ ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ ବିସ୍ଫୋରଣ ପାଇଁ ଏହି ବିଫଳ ଉଦ୍ୟମରେ ସାମିଲ କିଛି ସନ୍ଦିଗ୍ଧ ଇରାନର ରିଭୋଲୁଶନାରି ଗାର୍ଡସ ଅଧୀନ ଏକ ସ୍ୱତନ୍ତ୍ର ୟୁନିଟର ସଦସ୍ୟ ଥିଲେ ।

ଭାରତ ହେବ ପ୍ରଭାବିତ 

ଆମେରିକା ସେନାର ଆକ୍ରମଣ ପରେ ସାରା ବିଶ୍ୱରେ ଅଶୋଧିତ ତୈଳ ଦରରେ ନିଆଁ ଲାଗିଛି । ବ୍ରେଣ୍ଟ ତୈଳ ଦର ବ୍ୟାରେଲ ପିଛା ୪.୪% ବୃଦ୍ଧି ପାଇ ୬୯.୧୬ ଡଲାରରେ ପହଞ୍ଚିଛି। ସେହିପରି ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ ତୈଳ ଦଳର ୪.୩% ବଢ଼ି ୬୩.୮୪ ଡଲାର ହୋଇଛି । ଏଥିଯୋଗୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବ । ଭାରତ ପଶ୍ଚିମ ଏସିଆର ସବୁଠୁ ବେଶି ପରିମାଣର ଅଶୋଧିତ ତୈଳ ଆମଦାନୀ କରିଥାଏ। ଏହି ଆକ୍ରମଣ ପରେ ଭାରତର ତୈଳ ଅମାଦାନୀ ପ୍ରଭାବିତ ହେବ ଓ ଦେଶରେ ପେଟ୍ରୋଲ ଡିଜେଲ ଦର ବଢ଼ିବ । ତୈଳ ଦର ବୃଦ୍ଧି ପାଇଲେ ପରିବହନ ମଧ୍ୟ ମହଙ୍ଗା ହେବ । ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ମଧ୍ୟ ବଢ଼ିବା ସ୍ୱାଭାବିକ। ପିଆଜ, ଟମାଟର ଆଦିର ଆକାଶଛୁଆଁ ଦରଦାମକୁ ନେଇ ହଇରାଣ ହେଉଥିବା ଦେଶବାସୀଙ୍କ ପାଇଁ ଏହା ଏକ ଅଶୁଭ ଖବର। ସେହିପରି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ମଧ୍ୟ କମିଛି । କ୍ରୁଡ୍ ଅଏଲ ଦର ବ୍ୟାରେଲ ପିଛା ୧୦ ଡଲାର ବଢ଼ିଲେ ସବୁ ଜିନିଷ ମହଙ୍ଗା ହେବ।ଆମ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ିପାରେ।

Leave a Reply

Your email address will not be published. Required fields are marked *